
ଦେବଗଡ଼:ଦେବଗଡ କଲେଜରେ ୫୬ ତମ ଏନଏସଏସ ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସଏସ ସମନ୍ବୟ ଅଧିକାରୀ ତଥା ଇଂରାଜୀ ବିଭାଗର ମୁଖ୍ୟ ଶେଖ ନିଜମୁଦ୍ଦିନ ଅଲ୍ଲୀ, ବରିଷ୍ଠ ଅଧ୍ୟାପକ ବିକ୍ରମ କେଶରୀ ନାଏକ, ଅଧ୍ୟାପକ ବିଜୟ ପ୍ରଧାନ, କୁଞ୍ଜ ବିହାରୀ ବାରିକ, କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସେବା, ସ୍ବଚ୍ଛତାକୁ ଛାତ୍ରଛାତ୍ରୀ ଆପଣେଇବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବେ ସେ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପିକା ମୋନିକା ବାର୍ଲା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।







