ଦେବଗଡ ବିଧାନସଭା ମଣ୍ଡଳୀ, ଚୂଡାନ୍ତ ମତଦାତା ତାଲିକାରେ ୨,୩୬,୪୭୨ ଜଣ ଭୋଟର

ଦେବଗଡ଼:ଦେବଗଡ ବିଧାନସଭା ମଣ୍ଡଳୀର ସ୍ବତନ୍ତ୍ର ସଘନ ସଂଶୋଧନ ଚୂଡାନ୍ତ ମତଦାତା ତାଲିକା ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ‌ବୈଠକରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ, ବିଜେପିର ପ୍ରତିନିଧି ତୁଷାରକାନ୍ତ ନନ୍ଦ,ବିଜେଡିର ପ୍ରତିନିଧି ସଞ୍ଜୀବ ଶତପଥି ‌ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସାହୁଙ୍କ ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ହାର୍ଡ କପି,ପେନ୍ ଡ୍ରାଇଭ୍ ହସ୍ତାନ୍ତର କରାଯାଇଛି। ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପୂର୍ବରୁ ଡ୍ରାଫ୍ଟ ଭୋଟର ତାଲିକାରେ ୨,୩୩,୪୭୧ ଜଣ ଭୋଟର ଥିଲେ। ସେଥିମଧ୍ୟରୁ ୨,୩୩,୪୫୨ ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକା ପାଇଁ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଦାବି ଓ ଆପତ୍ତି ଅବଧି ମଧ୍ୟରେ ୩,୦୨୨ ଜଣ ନୂତନ ଭୋଟରଙ୍କୁ ଯୋଡ଼ାଯାଇଥିବାବେଳେ ୨ ଜଣ ଭୋଟରଙ୍କ ନାମ ବାଦ ଦିଆଯାଇଛି।ବାଦ ଦିଆଯାଇଥିବା ୨ ଜଣ ଭୋଟରଙ୍କ ମଧ୍ୟରୁ ୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧ ଜଣଙ୍କ ନାମ ପୂର୍ବରୁ ହିଁ ଭୋଟର ତାଲିକାରେ ପଞ୍ଜୀକୃତ ରହିଛି।ଏହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ୨,୩୬,୪୭୨ ଜଣ ଭୋଟର ଅଛନ୍ତି।ଚୂଡ଼ାନ୍ତ ଭୋଟର ତାଲିକାରେ ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ବାଦ ପଡ଼ିଛି କିମ୍ବା ଭୁଲବଶତଃ ନାମ ବାଦ ଦିଆଯାଇଛି ସେମାନେ ନିରନ୍ତର ଭୋଟର ପଞ୍ଜୀକରଣ ପ୍ରକ୍ରିୟା ଅଧୀନରେ ଫର୍ମ-୬ ମାଧ୍ୟମରେ ନାମ ଅନ୍ତର୍ଭୁକ୍ତି ପାଇଁ ଆବେଦନ କରିପାରିବେ ବ‌ୋଲି ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏଥିରେ ଡିଆଇପିଆରଓ ମନୋରଞ୍ଜନ ସୂତାର,ବରିଷ୍ଠ ରାଜସ୍ବ ସହାୟକ ସୌମିତ୍ରୀ ପ୍ରସାଦ ଦେହୁରୀ,ସେକ୍ସନ ଅଫିସର ବିଭୂତି ଭୂଷଣ ସାହୁ,କନିଷ୍ଠ ରାଜସ୍ୱ ସହାୟକ ଶୁଭକାନ୍ତ ଗଡନାୟକ ଉପସ୍ଥିତ ଥିଲେ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ