
ଦେବଗଡ଼:ଦେବଗଡ ଜିଲ୍ଲାର ତେନ୍ତଳାବାହାଳ ଗ୍ରାମରେ ସମଲେଶ୍ବରୀ କ୍ଲବ ପକ୍ଷରୁ ଚାଲିଥିବା ଦ୍ବିଦିବସୀୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ଦୁଧିଆନାଳୀ ବାପୁଜୀ ଫୁଟବଲ କ୍ଲବ ସହିତ ବନାକାଲୋ ସ୍କୁଲ ବୟ ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ବାପୁଜୀ କ୍ଲବ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ପ୍ରତିଯୋଗିତାକୁ ଇନ୍ଦ୍ରମଣି ସାହୁ, ବାଦଲ ଭୋଇ ପରିଚାଳନା କରିଥିଲେ। ସତ୍ୟପ୍ରିୟ ଭୋଇ ଧାରା ବିବରଣି ଦେଇଥିଲେ। ଉଦଯାପନୀ ତଥା ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ ମୁଖ୍ୟଅତିଥି,ସରପଂଚ ବସନ୍ତ ବେହେରା, ଆରଏସଏସର ସଂଘ ଚାଳକ କ୍ଷୀରସିନ୍ଧୁ ଭୋଇ, ଶିକ୍ଷାବିତ ଗଦାଧର ସାହୁ,ସନ୍ତୋଷ ପ୍ରଧାନସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।ପ୍ରତିଯୋଗିତା ପରିଚାଳନାରେ କ୍ଲବର ସଭାପତି ଜୟ ପ୍ରକାଶ ଭୋଇ,ସଂପାଦକ ଅମରେନ୍ଦ୍ର ଭୋଇଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।








