ଦ୍ୱିତୀୟ ଦିନ ସୁଦ୍ଧା ଭିତର ରତ୍ନ ଭଣ୍ଡାରର ୮୦ ଅଳଙ୍କାର ଗଣତିମଣତି

ପୁରୀ: ଦ୍ୱିତୀୟ ଦିନ ସୁଦ୍ଧା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ପ୍ରାୟ ୮୦ଟି ଅଳଙ୍କାର ଗଣତିମଣତି ହୋଇଛି । ନୀତି ବିଳମ୍ବ ଯୋଗୁ ଗଣତିମଣତି ପ୍ରକ୍ରିୟା କରିବାକୁ ଟିମ୍‌କୁ ବହୁ ସମୟ ଭିତରେ ଅପେକ୍ଷା କରିବାକୁ ପଡ଼ିଥିଲା । ଗୁରୁବାର ପ୍ରାୟ ୭ ଘଣ୍ଟା ହୋଇଥିଲା ଗଣତିମଣତି । ସେପଟେ ଦ୍ୱିତୀୟ ଦିନରେ ମଧ୍ୟ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା । ଶ୍ରୀଜିଉଙ୍କଠାରୁ ଆଜ୍ଞା ନେଇ ଟିମ ଭିତରକୁ ଯିବା ସମୟରେ ବଳଭଦ୍ର ଶ୍ରୀଅଙ୍ଗରୁ ମାଳ ଛିଡ଼ିଥିଲା ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସୂଚନା ଦେଇଥିଲେ । ଭିତରେ ଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ମେଳକ ପ୍ରକ୍ରିୟା ହୋଇଛି । ଏପର୍ଯ୍ୟନ୍ତ ସମସ୍ତ ମେଳକ ପ୍ରକ୍ରିୟା ଶତ ପ୍ରତିଶତ ସ୍ୱଚ୍ଛ ଭାବେ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

ମାର୍ଗଦର୍ଶିକା ମୁତାବକ ପୂର୍ବାହ୍ଣ ପ୍ରାୟ ୧୦ଟା ୩୫ ରେ ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରିଥିଲା ଟିମ୍ । ପ୍ରାୟ ୧୨ ଟା ୩୫ରେ ଭିତର ଭଣ୍ଡାରକୁ ପ୍ରବେଶ କରିଥିଲେ ଟିମ୍ ସଦସ୍ୟ । ଗଣତିମଣତି ପରେ ହଳଦିଆ ମୁଣିରେ ସୁନା, ଧଳା ମୁଣିରେ ରୁପା ଓ ନାଲି ମୁଣିରେ ଅନ୍ୟ ରତ୍ନ ରଖାଯାଇ ତାକୁ ପ୍ରଥମେ ଷ୍ଟିଲ୍ ବାକ୍ସ ଓ ପରେ ନବନିର୍ମିତ ସିନ୍ଦୁକରେ ରଖାଯାଉଛି । ତେବେ ଗତ ୧୩ ତାରିଖରେ ଭିତର ଭଣ୍ଡାରର ପ୍ରଥମ ଦିନ ଗଣତି ଦିନ ସୁଭଦ୍ରାଙ୍କ ମାଳ ଛିଣ୍ଡିଥିବା ବେଳେ ଗୁରୁବାର ବଡ଼ଠାକୁରଙ୍କ ଶ୍ରୀଅଙ୍ଗରୁ ମାଳ ଛିଣ୍ଡିବା ଚର୍ଚ୍ଚାର ବିଷୟ ହୋଇଛି।

  • Related Posts

    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading
    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର