ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ସାମୂହିକ ଦୀପଦାନ

ଜଗତସିଂହପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଶ୍ରୀ ଶ୍ରୀ ବାବା ଗୋରେଖନାଥ ମନ୍ଦିର ପରିସରରେ ଏକ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଭକ୍ତି, ଆଧ୍ୟାତ୍ମିକତା ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥିଲା।

ଏହି ପବିତ୍ର ଅବସରରେ ଶ୍ରୀ ପ୍ରଧାନଙ୍କ ସୁସ୍ଥ, ଦୀର୍ଘାୟୁ ଓ ଯଶସ୍ୱୀ ଜୀବନ କାମନା କରାଯିବା ସହ ଦେଶ ଏବଂ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ ତାଙ୍କ ନେତୃତ୍ୱ ଆହୁରି ସୁଦୃଢ଼ ହେଉ ବୋଲି ଶ୍ରୀ ଶ୍ରୀ ବାବା ଗୋରେଖନାଥଙ୍କ ନିକଟରେ ସାମୂହିକ ପ୍ରାର୍ଥନା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ବଳରାମ ଦଳାଇ, ମଣ୍ଡଳ ଉପସଭାପତି ସଞ୍ଜୟ ଖୁଣ୍ଟିଆ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସ୍ମୃତି ରଞ୍ଜନ ବେହେରା, ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ତ୍ରିପାଠୀ, ଦୀପ୍ତି ରଞ୍ଜନ ମହାପାତ୍ର କେଦାରନାଥ ବିଶ୍ୱାଳ, ଦେବେନ୍ଦ୍ର ସାହୁ, ଅସିତ ମହାରଣା, ନାରୀ ନେତ୍ରୀ ଲିପିକା ମଲ୍ଲିକ, ଯୁବନେତା ସୁଶୀଲ ଖଟୁଆ, ଡବୁଲଙ୍କ ସମେତ ବହୁ କର୍ମୀ ଓ ଶୁଭେଚ୍ଛୁ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘ, ସୁସ୍ଥ ଓ ସଫଳ ଜନସେବାମୟ ଜୀବନ କାମନା କରିବା ସହ ବାବା ଗୋରେଖନାଥଙ୍କ ଆଶୀର୍ବାଦ ସଦାସର୍ବଦା ତାଙ୍କ ଉପରେ ରହୁ ବୋଲି ପ୍ରାର୍ଥନା କରିଥିଲେ।

  • Related Posts

    puri temple ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ…

    Continue reading
    ପାରିବାରିକ କଳହ, ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

    ଭୁବନେଶ୍ୱର : ବିଷ ପିଇଦେଲେ ଦମ୍ପତି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ଥାନା ବାରଭୁଜା ବସ୍ତିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ କେନ୍ଦୁପଲ୍ଲି ଅଞ୍ଚଳର ସ୍ବପ୍ନା ପାତ୍ର । ଗୁରୁତର ଜିତେନ୍ଦ୍ର ପାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ