ଧାନ ବିକ୍ରି ପଞ୍ଜୀକରଣ: ଆସୁଛି ସ୍ୱତନ୍ତ୍ର ଆପ୍

ଭୁବନେଶ୍ୱର: ଧାନ କିଣା ପଞ୍ଜୀକରଣକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଧାନ ବିକ୍ରି ପଞ୍ଜୀକରଣକୁ ଅଧିକ ସହଜ ଓ ସରଳ କରିବା ପାଇଁ ଆସୁଛି ସ୍ୱତନ୍ତ୍ର ଆପ୍ । ମାଲିକ ନ ଆସିଲେ ବି ଭାଗଚାଷୀ କରିପାରିବେ ପଞ୍ଜୀକରଣ l ଅଗଷ୍ଟ ୩୧ ସୁଦ୍ଧା ଧାନ କିଣା ପଞ୍ଜୀକରଣ କରାଯିବ । ଆବଶ୍ୟକ ପଡ଼ିଲେ ବୃଦ୍ଧି ପାଇବ ଅବଧି । ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l
ଭାଗଚାଷୀଙ୍କ ଧାନ ବିକ୍ରି ପଞ୍ଜୀକରଣ ପ୍ରକ୍ରିୟାକୁୁ ଅଧିକ ସହଜ ଓ ସରଳ କରିବା ପାଇଁ ଖୁବଶୀଘ୍ର ଆସିବ ଏକ ବିଶେଷ ଆପ୍। ଏହି ଆପ୍ ଜରିଆରେ ଜମି ମାଲିକ ନିଜେ ନ ଆସିଲେ ମଧ୍ୟ ସମ୍ମତି ଦେଇପାରିବେ, ଯାହାଦ୍ୱାରା ଭାଗଚାଷୀମାନଙ୍କୁ ପଞ୍ଜୀକରଣ କରିବାରେ ଆଉ କୌଣସି ଅସୁବିଧା ହେବନାହିଁ l ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଆଜି ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ସଫଳତାର ସହ ପଞ୍ଜୀକରଣ କରିସାରିଛନ୍ତି। ବର୍ତ୍ତମାନ ପଞ୍ଜୀକରଣ ପାଇଁ AgriStack ID ବାଧ୍ୟତାମୂଳକ ନୁହେଁ । ତେଣୁ ବିନା IDରେ ମଧ୍ୟ ଚାଷୀମାନେ ନାମ ପଞ୍ଜୀକୃତ କରିପାରିବେ l ତେବେ ଟୋକନ୍ ମିଳିବା ପୂର୍ବରୁ ଅର୍ଥାତ୍ ନଭେମ୍ବର ମାସ ସୁଦ୍ଧା AgriStack ID ପ୍ରଦାନ କରିବାକୁ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସମସ୍ତ ଚାଷୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମନ୍ତ୍ରୀ ।

ପୂର୍ବ ବର୍ଷ ଖରିଫ ଋତୁରେ ୭୮ ଲକ୍ଷ ମେଟ୍ରିକ ଟନ୍ ଏବଂ ରବି ଋତୁରେ ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ରହିଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ଏହାର ସମୟସୀମା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବ ଭଳି ଅଂଶୀଦାରମାନେ ମଧ୍ୟ ଆରଆଇଙ୍କଠାରୁ ପ୍ରମାଣପତ୍ର ଆଣି ପଞ୍ଜୀକରଣ କରିପାରିବେ l

ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗାଣ ମନ୍ତ୍ରୀ। ସରକାର୍ ଚାଷୀଙ୍କ ସହ ଅଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ। ଆଜି ସୁଦ୍ଧା ରାଜ୍ୟରେ ମୋଟ ୫ ହଜାର ୯୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେଥି ମଧ୍ୟରୁ ୩ ହଜାର ୧୦୮ ଜଣଙ୍କର ଆଗ୍ରିଷ୍ଟେକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ରହିଛି। ପଞ୍ଜୀକରଣରେ ଆଗ୍ରିଷ୍ଟେକ୍ ଆଇଡିର କୌଣସି ଆବଶ୍ୟକତା ନାହିଁ। ବିନା ଆଗ୍ରିଷ୍ଟେକ୍ ଆଇଡିରେ ମଧ୍ୟ ଚାଷୀ ପଞ୍ଜିକରଣ କରିପାରିବ। ଧାନ ଟୋକନ ସଂଗ୍ରହ ପୂର୍ବରୁ କୃଷି ବିଭାଗର ଏହି ଆଗ୍ରିଷ୍ଟେକ୍ ଆଇଡି ଆବଶ୍ୟକ। ସେମିତି କାର୍ଯ୍ୟାଳୟରେ ପଞ୍ଜୀକରଣ ସମୟରେ ଆଗ୍ରିଷ୍ଟେକ୍ ଆଇଡି ରେଜିଷ୍ଟର କରିପାରିବେ ଚାଷୀ। ଜମି ପଟ୍ଟାର ROR ଦେଲେ ଦୁଇ ଦିନ ଭିତରେ ଆଇଡି ମିଳିଯିବ। ସେହିପରି ଭାଗ ଚାଷୀଙ୍କ ପାଇଁ ମଧ୍ୟ କୌଣସି ଜଟିଳତା ନାହିଁ। ଆବଶ୍ୟକ କାଗଜ ପାତ୍ର ଦାଖଲ କଲେ ପଞ୍ଜୀକରଣ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ