ନନ୍ଦନକାନନରେ ହାତୀ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନ ହାତୀ ସଫାରୀରେ ରହୁଥ‌ିବା ସବୁଠୁ ବୟସ୍କ ମାଈ ହାତୀ ବାସନ୍ତୀ ପୁଣି ଅସୁସ୍ଥ ହୋଇପଡ଼ିଛି। ସେ ଠିକ୍‌ଭାବେ ଖିଆପିଆ କରୁନାହିଁ। ବୟସାଧିକ ଓ ବଦହଜମିର ଶିକାର ହୋଇ ଗୋଟିଏ ସ୍ଥାନରେ ପଡ଼ିରହୁଛି। ଦୁଇଦିନ ହେବ ପେଟଜନିତ ସମସ୍ୟା ଭୋଗୁଛି । କିଛିଦିନ ହେବ ନନ୍ଦନକାନନର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ବାସନ୍ତୀ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ ବୋଲି ଜନ୍ତୁ ବିଭାଗର ଜଣେ ଅଧିକାରୀ କହିଛନ୍ତି। ମଙ୍ଗଳବାର ଦିନ ଟେକ୍ନିକାଲ କମିଟିର ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ପ୍ରାଣୀଉଦ୍ୟାନରେ ପହଞ୍ଚି ଅସୁସ୍ଥ ବାସନ୍ତୀର ସ୍ବାସ୍ଥ୍ୟ ଯାଞ୍ଚ କରି ସାଲାଇନ୍ ଓ ଇଞ୍ଜେକସନ ଦେଇ ଚିକିତ୍ସା ଜାରି ରଖିଛନ୍ତି
ବାସନ୍ତୀକୁ ୧୯୮୫ରେ ୨୧ବର୍ଷ ବୟସ ହୋଇଥିବାବେଳେ ମାଡ୍ରାସର ଭନ୍ଦାଲୁରରୁ ନନ୍ଦନକାନନକୁ ଅଣାଯାଇଥିଲା। ତାକୁ ଏବେ ୬୧ ବର୍ଷ। ନନ୍ଦନକାନନରେ ବର୍ତ୍ତମାନ ୪ଟି ହାତୀ ଅଛନ୍ତି। ବାସନ୍ତୀ ବ୍ୟତୀତ ହୀରା ଓ ଛୁଆ ହାତୀ ଆଶା,ଲିସା। ବାସନ୍ତୀ ଗର୍ଭରୁ ୧୯୮୭ ଡିସେମ୍ବର ୨୮ରେ ନନ୍ଦ ହାତୀ ଜନ୍ମଗ୍ରହଣ କରିଥିଲା। ଚନ୍ଦକାରେ ନନ୍ଦର ମୃତ୍ୟୁ ଘଟିସାରିଛି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ