ନବୀନ ନିବାସରେ ବି​‌ଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ନବୀନ ନିବାସରେ ବି​‌ଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଆଗାମୀ ସଂସଦର ମୌସୁମୀ ଅଧିବେଶନକୁ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିରେ ସଂସଦୀୟ ଦଳ ନେତା ସାଂସଦ ମାନସ ମଙ୍ଗରାଜ, ସଂସଦୀୟ ଦଳ ଉପନେତା ସୁଲତା ଦେଓ, ସାଂସଦ ସସ୍ମିତ ପାତ୍ର, ପୁରୀ ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ଡବଲ ଇଂଜିନ ସରକାରରେ ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅରାଜକତାକୁ ସଂସଦରେ ଉଠାଇବ ବିଜେଡି। ପାଠ୍ୟପୁସ୍ତକ ପ୍ରିଣ୍ଟିଙ୍ଗ ତ୍ରୁଟି,ଚାଷୀଙ୍କ ସମସ୍ୟା, ସାର, ବିହନ ସମସ୍ୟା, ଏମଏସପି, କଟନୀଛଟନୀ, ଦୁଇ ବର୍ଷ ମଧ୍ୟରେ ବଢୁଥିବା ଭିଡ ହିଂସା, ରାଜ୍ୟରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି, ବିଳମ୍ବିତ ବାର୍ଦ୍ଧକ୍ୟ ଭତ୍ତା, ନିଟ ପେପେର ଲିକ, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ବୃଦ୍ଧି ସମସ୍ୟା,ମହାନଦୀ ଏବଂ ପୋଲାଭରମକୁ ନେଇ ଚାଲିଥିବା ରାଜନୀତି,କୋଲ ରୟାଲିଟି, ଦୁର୍ଗମ ଅଞ୍ଚଳରେ ଯାତାୟାତ ସମସ୍ୟା ଭଳି ପ୍ରସଙ୍ଗକୁ ମୁଖ୍ୟ ମୁର୍ଦ୍ଦା କରିବ ବିଜେଡି।

ଓଡିଶାର ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗକୁ ସଂସଦରେ କିଭଳି ଜୋରଦାର ଭାବେ ଉଠାଯିବ ସେ ନେଇ ଆଲୋଚନା ହୋଇଥିଲା। ରାଜ୍ୟର ବର୍ତ୍ତମାନ ସ୍ଥିତି, ମହଙ୍ଗା ମାଡ, ବେରୋଜଗାରୀ, କୃଷକଙ୍କ ସମସ୍ୟା ଏବଂ କେନ୍ଦ୍ର ସରକାରଙ୍କଠୁ ରାଜ୍ୟକୁ ମିଳୁଥିବା ଅନୁଦାନ ପ୍ରସଙ୍ଗରେ ଦଳ କ’ଣ ଆଭିମୁଖ୍ୟ ରଖିବ ତାହା ଉପରେ ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା। କିଭଳି ଓଡିଶାର ସ୍ୱରକୁ ଜାତୀୟ ସ୍ତରରେ ପହଁଚାଇବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ