
ଭୁବନେଶ୍ୱର : ନବୀନ ନିବାସରେ ସଂଗଠନର ସ୍ଥିତି ବାବଦରେ ବରିଷ୍ଠ ନେତାଙ୍କୁ ବିଜେଡି ସୁପ୍ରିମୋ ଆଲୋଚନା କରୁଥିବା ସୂଚନା ମିଳିଛି । ମୁମ୍ବାଇରୁ ସୁସ୍ଥ ହୋଇ ଓଡ଼ିଶା ଫେରିବା ପରେ ନବୀନ ନିବାସରେ ବସିଛି ପ୍ରଥମ ବୈଠକ । ନବୀନ ନିବାସରେ ଉପସ୍ଥିତ ଥିବା ନେତାଙ୍କ ମଧ୍ୟରେ ପ୍ରଫୁଲ ସାମଲ, ଜଗନ୍ନାଥ ସାରକାଙ୍କ ଆଦି ରହିଛନ୍ତି । ତେବେ କେଉଁ କେଉଁ ପ୍ରସଙ୍ଗ ନେଇ ଆଲୋଚନା ଚାଲିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସରେ ବସିଛି ପ୍ରଥମ ବୈଠକ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ସେଥିପାଇଁ ନିର୍ବାଚନ ମୈଦାନରେ ଦଳର କିପରି ରହିବ ଷ୍ଟ୍ରାଟେଜି । ହୁଏତ ସେବିଷୟ ଉପରେ ଆଲୋଚନା ହୋଇପାରେ । ବୈଠକ ଶେଷ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।




