ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର:ଆଇନ ମନ୍ତ୍ରୀ

ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ କଠୋର ବିଜେପି ସରକାର । ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର । ପୂର୍ବ ସରକାର ଭଳି କେବଳ ପିଅନ, କିରାଣୀ ମାନଙ୍କ ଉପରେ ନୁହେଁ, ମୁଖ୍ୟଯନ୍ତ୍ରୀ ସ୍ତରର ଅଧିକାରୀଙ୍କ ଉପରେ ମଧ୍ୟ ବିଜେପି ସରକାର କାର୍ୟ୍ୟାନୁଷ୍ଠାନ ନେଉଛନ୍ତି । ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ଉପରେ ଦୁଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିଆଯାଉଛି । ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ଏ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦୁର୍ନୀତିକୁ ପ୍ରତିହତ କରିବା ପାଇଁ ପାରୁ ପର୍ୟ୍ୟନ୍ତ ପଦକ୍ଷେପ ନେଉଛନ୍ତି ବୋଲି ଆଇନ ମନ୍ତ୍ରୀ ।

ସଂଗଠିତ ଅପରାଧ ବାବଦରେ ମଧ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଅପରାଧୀଙ୍କୁ ୨୪ରୁ ୪୮ ଘଣ୍ଟା ଭିତରେ ଗିରଫ କରିବା ସହ କୋର୍ଟ ଚାଲାଣ କରିବାର ପ୍ରକ୍ରିୟା ସରକାର ଚଳାଇଛନ୍ତି । ଯେକୌଣସି ଅପରାଧ ହେଉ ତାକୁ ଦମନ କରିବା ପାଇଁ ସରକାର ତତ୍ପର ଅଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅପରାଧ ହାର କମିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସମୟରେ ସାଇକୋଟ୍ରୋପିକ୍ କେମିକାଲ ଡ୍ରଗ୍ସ ବଡ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଯୁବ ସମାଜଙ୍କ ମଧ୍ୟରେ ଏହାର ବ୍ୟବହାର ମଧ୍ୟ ବଢିଛି । ତେଣୁ ସେ ଦିଗରେ ପଦକ୍ଷେପ ନେବା ପ୍ରକ୍ରିୟା ମଧ୍ୟ ସରକାର ଆରମ୍ଭ କରିଛନ୍ତି । ଏହାସହ କାଉନସେଲିଂ ଏବଂ ସଠିକ୍ ପଦକ୍ଷେପ ନିଆଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

  • Related Posts

    ୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

    ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ…

    Continue reading
    ଆଞ୍ଚଳିକ ଦଳ ପାଇଛନ୍ତି ୧୦୫୦ କୋଟି ଚାନ୍ଦା, ବିଜେଡି ୬୦ କୋଟି

    ନୂଆଦିଲ୍ଲୀ : ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକ ୨୦୨୪-୨୫ରେ ୧୦୫୧.୫୬ କୋଟି ଟଙ୍କା ଦାନ ପାଇଛନ୍ତି। ଏହା ପୂର୍ବ ବର୍ଷ ତୁଳନାରେ ତିନି ଗୁଣ ଅଧିକ। ୨୦୨୩-୨୪ରେ ଏହି ଦଳଗୁଡ଼ିକୁ ୩୪୭.୬୯ କୋଟି ଟଙ୍କା ଦାନ ମିଳିଥିଲା। ଏଥିରେ ୨୦ ହଜାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ