
ଭୁବନେଶ୍ୱର:ବିଜେଡିରେ କନ୍ଦଳ ଏବେ ଉଗ୍ର ହେବାରେ ଲାଗିଛି । ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନଚିଟ ପରେ ବିଜେଡି କନ୍ଦଳ ଧୀରେ ଧୀରେ ପ୍ରଶମିତ ହେବ ବୋଲି କୁହାଯାଉଥିଲା । ତେବେ ସେଥିରେ କିନ୍ତୁ ପୂର୍ଣ୍ଣଚ୍ଛେଦ ପଡ଼ିବା ଦୃଷ୍ଟିଗୋଚର ହେଉନାହିଁ । କାରଣ ଦଳର ବରିଷ୍ଠ ବିଜେଡି ନେତା ଖାଲାଖୋଲିଭାବେ ପାଣ୍ଡିଆନ ଓ ନବୀନଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି ।
ତେବେ ବିଜେଡି କନ୍ଦଳ ଭିତରେ ଏଣ୍ଟ୍ରି ମାରିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ଶନିବାର ସେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ବିରୋଧରେ ବଡ଼ ବଡ଼ ବୟାନ ଦେବା ସଂହ ବର୍ଷିଛନ୍ତି ।
ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି । ପାଣ୍ଡିଆନଙ୍କ କଥାରେ ପଡ଼ି ନବୀନ ମିଛ କହୁଛନ୍ତି । ଦଳରେ କ’ଣ ଅଛି ଯେ ଦଳ ଗଢ଼ିବେ । ମୁଁ ପ୍ରଥମେ ପାଣ୍ଡିଆନଙ୍କୁ ବିରୋଧ କରିଥିଲି । ବିଜେଡିରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି । ମୋ ବିରୋଧରେ ପାଣ୍ଡିଆନ ବି ଷଡ଼ଯନ୍ତ୍ର କରିଥିଲେ । ଗଣତନ୍ତ୍ରରେ ନେତାଙ୍କୁ ତାଗିଦ କରିବାର ଅଧିକାର କାହାରି ନାହିଁ । ପାଣ୍ଡିଆନଙ୍କ ପାଇଁ ଦଳ ହାରିଛି । ସେକଥା ମୁଁ ବାରମ୍ବାର କହିବାକୁ ଚାହୁଁନି ।
ଏହାଛଡ଼ା ପ୍ରଭାତ ତ୍ରିପାଠୀଙ୍କ ବିଷୟରେ ନବୀନ ପଟ୍ଟନାୟକ କହିବା ଦୁର୍ଭାଗ୍ୟଜନକ । ମୁଁ ଚିଲିକାରୁ ଟିକେଟ ଚାହୁଁଥିଲି । କିନ୍ତୁ ବିଜେଡି ମୋତେ ଟିକେଟ ଦେଲାନି ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।








