ନାଟର ଗୋବର୍ଦ୍ଧନ ଅପରାଜିତା

ବେଗୁନିଆ : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିତରେ ତିକ୍ତତା ଆଉ କେଇପାଦ ଆଗକୁ ଯାଇଛି । ପୂର୍ବରୁ ରାଜନୀତିକ ବିରୋଧ ହେଉଥିବାବେଳେ ଏବେ ତାହା ହିଂସାର ରୂପ ନେଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ଘନିଷ୍ଠ ସହଯୋଗୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ପ୍ରକାଶ ଆଜି ଥାନାରେ ଏତଲା ବି ଦେଇଛନ୍ତି । ବେଗୁନିଆରେ ଏବେ ବିଜେଡ଼ି ବିଧାୟକ ଥିବାବେଳେ ବିଜେପିର ଗୋଷ୍ଠୀବିବାଦ ପ୍ରଦୀପ ସାହୁଙ୍କୁ ବେଶ୍‌ ସୁହାଇଛି । ସେପଟେ ଗଣେଶଙ୍କୁ ବେଗୁନିଆ-ବୋଲଗଡ଼ ଦାୟିତ୍ୱ ଦେଇ ଅପରାଜିତା ଦଳକୁ ମଜବୁତ୍‌ କରିବାକୁ ଯେଉଁ ଅଙ୍କ କଷିଥିଲେ ତାହା ଭୁଲ୍‌ ହେବା ନିଶ୍ଚିତ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସବୁବେଳେ ସୁବିଧାବାଦ ରାଜନୀତି କରନ୍ତି ବୋଲି ପୂର୍ବର ଘନିଷ୍ଠ ସହଯୋଗୀମାନେ ଏହି ପ୍ରତିନିଧିଙ୍କୁ କହିଛନ୍ତି । ୟୁଜ୍‌ ଆଣ୍ଡ ଥ୍ରୋରେ ସେ ବେଶ୍‌ ମାହିର । ପୂର୍ବରୁ ସେ ଋଷଭ ନନ୍ଦଙ୍କୁ ପାନେ ଦେବା ପାଇଁ ପ୍ରକାଶ ବିଜୁଳିଙ୍କୁ ଶକ୍ତିଶାଳୀ କରିଥିଲେ । ଏବେ ପ୍ରକାଶଙ୍କୁ ସାଇଡ୍‌ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଶକ୍ତ କରିଛନ୍ତି । ନିଜର ସ୍ଥିତି ମଜବୁତ୍‌ ପାଇଁ ଓ ନିଜର ପରିଚୟ ବଢ଼ାଇବା ପାଇଁ ଦଳର ନୀତିନିୟମକୁ ଜଳାଞ୍ଜଳି ଦେବା ଅପରାଜିତାଙ୍କ ପାଇଁ ନୂଆ କଥା ନୁହେଁ । ପୂର୍ବରୁ ସେ ଅଜିତା ଓ ୟୁଥ ଫର ଆକ୍ସନ ନାମରେ ନିଜର ଶକ୍ତି ବଢ଼ାଉଥିଲେ । ଏମିତିକି ସାରା ରାଜ୍ୟରେ କାୟା ବିସ୍ତାର କରିବାକୁ ଚାହୁଁଥିଲେ । ଏନେଇ ପରେ ଆମେ ସବିଶେଷ ଆଲୋଚନା କରିବା ।
ଏବେ ଆସିବା ବେଗୁନିଆ ଆଡ଼କୁ । ପ୍ରଶାନ୍ତ ଜଗଦ୍ଦେବ ଏଥର ରେକଡର଼୍ କରିଛନ୍ତି । ପ୍ରଥମ ନେତା ଭାବେ ସେ ବେଗୁନିଆ, ଚିଲିକା ଓ ଖୋର୍ଦ୍ଧା ଭଳି ତିନି ତିନିଟା ନିର୍ବାଚନମଣ୍ଡଳୀରୁ ବାଜିମାତ୍‌ କରିଛନ୍ତି । ଯେଉଁଥିପାଇଁ ପ୍ରଶାନ୍ତ ହିଁ ଏକମାତ୍ର ନେତା ବୋଲି ସାଂସଦ ମ୍ୟାଡ଼ାମ ଧରି ନେଇଛନ୍ତି । ଖାଲି ସେତିକିନୁହେଁ ପ୍ରଶାନ୍ତଙ୍କୁ ଧରି ସେ ଅସାଧ୍ୟ ସାଧନ କରିପାରିବେ ବୋଲି ଧରି ନେଇଛନ୍ତି । ସିଟୁ ବିଜୁଳି ଭିଡ଼କୁ ନୁହେଁ ବୋଲି ଭାବି ସାଙ୍ଗେସାଙ୍ଗେ ନିଜ ଡାହାଣ ହାତରୁ ପ୍ରକାଶଙ୍କୁ ଫିଙ୍ଗିଦେଇ ଗଣେଶଙ୍କୁ ବସାଇଦେଲେ । ଗଣେଶ ବି ନିଜ ଫାଇଦା ଗୋଟାଇବାରେ ମାହିର । ଆଜ୍ଞା ବିଜେପି ତାଙ୍କୁ ଖୋର୍ଦ୍ଧା ଲଡୁ ଦେଇଥିବାବେଳେ ସାଂସଦ ମ୍ୟାଡ଼ାମ ଯେତେବେଳେ ବେଗୁନିଆ ଲଡୁ ଦେଉଛନ୍ତି ସେ ମଉକାକୁ କିଏ ଛାଡ଼ିବେ କହିଲେ ? ଆଜ୍ଞା ଏତିକିରେ ସରିନି ମ…
କ୍ରମଶଃ… ପୁଣି ଆସନ୍ତାକାଲି ଏଇଠୁ ଆରମ୍ଭ ହେବ

  • Related Posts

    ବଳଙ୍ଗା ମାମଲାରେ କଂଗ୍ରେସର ଅଭିଯୋଗ:ସରକାରଙ୍କ ନିର୍ଦେଶରେ କାମ କରୁଛି ପୁଲିସ

    ଭୁବନେଶ୍ୱର,: ବଳଙ୍ଗା ମାମଲାରେ ଗୁରୁତର କଂଗ୍ରେସ ଆଣିଲା ଅଭିଯୋଗ। ପୁଲିସ୍ ଡିଜି ଗଣମାଧ୍ୟମରେ ଦେଇଥିବା ଦେଇଥିବା ସୂଚନା ସରକାରଙ୍କ ପ୍ରାୟୋଜିତ। ତଦନ୍ତ ବେଳେ ତଥ୍ୟ ଗଣମାଧ୍ୟମକୁ ଆସିବା କଥା ନୁହଁ । କିନ୍ତୁ ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନୁସାରେ କାମ…

    ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବୁଧବାର ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି। ଏହି ଅବସରରେ ତାଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”