
ଦେବଗଡ:ବାରକୋଟ ଥାନାର ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ବାରକୋଟ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ପୁଲିସ ଆଜି ବାରକୋଟ ଥାନାର ମସିନ୍ତା ଗ୍ରାମର ବସନ୍ତ ତିର୍କୀ(୪୩) ଓ ବ୍ରାହ୍ମଣୀଦେଇ ଗ୍ରାମର ରଞ୍ଜିତ ମୁଣ୍ଡା(୨୮)କୁ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ,ଗତ ଶୁକ୍ରବାର ଦିନ ବାରକୋଟ ଥାନାର ଜଣେ ନାବାଳିକାକୁ ତାଙ୍କର ସଂପର୍କୀୟ ଅଜା ବସନ୍ତ ମିଠା ଖାଇବା ପାଇଁ ଡାକିଥିଲା। ନାବାଳିକା ଜଣକ ଆସିବା ପରେ ବସନ୍ତ ଓ ରଞ୍ଜିତ ପାଖରେ ଥିବା ନର୍ସରୀକୁ ନେଇ ନାବାଳିକା ସହ ଦୁଷ୍କର୍ମ କରିଥିଲେ।ଉକ୍ତ ଘଟଣା ପରେ ନାବାଳିକାକୁ ସେମାନେ ଅଧା ବାଟରେ ଛାଡିଦେଇ ଫେରାର ହୋଇଯାଇଥିଲେ।ଏହାପରେ ପୀଡିତା ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲା।ଏନେଇ ନାବାଳିକାର ବାପା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।




