ନାବାଳିକାଙ୍କୁ ଗଣଦୁଷ୍କର୍ମ , ଦୁଇ ନାବାଳକଙ୍କୁ ଧରିଲା ପୁଲିସ

କଟକ : କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ ନାବାଳକଙ୍କୁ ଧରିବାରେ ସଫଳ ହୋଇଛି । କଟକରେ ଏକ କଲେଜ୍‌ରେ ଜଣେ ୧୬ ବର୍ଷୀୟା ନାବାଳିକା ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢ଼ନ୍ତି । ସେହି କଲେଜରେ ମର୍କତନଗର ଥାନା ସିଡିଏ ସେକ୍ଟର ୭ ବାଲିସାହିର ଜଣେ ୧୬ ବର୍ଷର ଯୁବକ ମଧ୍ୟ ପଢ଼ୁଥିଲା । ଉକ୍ତ ନାବାଳକଙ୍କ ସହିତ ନାବାଳିକାଙ୍କର କଲେଜରେ ବନ୍ଧୁତା ହୋଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା । ଏହି ନାବାଳିକାଙ୍କୁ ଗଲା ମାସରେ ନାବାଳକ ଜଣକ ବାଦାମବାଡ଼ିରେ ଥିବା ଏକ ହୋଟେଲକୁ ଡାକିଥିଲା । ସେଠାରେ ପହଞ୍ଚିବା ପରେ ପୂର୍ବରୁ ସେଠାରେ ନାବାଳକଙ୍କର ଜଣେ ବନ୍ଧୁ ଦରଘାବଜାର ଥାନା ବାଉଁଶଗଳିର ୧୭ ବର୍ଷୀୟ ନାବାଳକ ପହଞ୍ଚିଯାଇଥିଲା ।
ଏହି ନାବାଳକ ଜଣକ ତିନିକୋଣିଆ ବଗିଚାରେ ଏକ ମୋମୋ ଦୋକାନ କରିଛି । ସେଦିନ ହୋଟେଲରେ ଦୁଇ ନାବାଳକ ବନ୍ଧୁ ପର୍ଯ୍ୟାୟକ୍ରମେ ନାବାଳିକାଙ୍କୁ ହୋଟେଲ ରୁମରେ ଗଣଦୁଷ୍କର୍ମ କରିଥିବା କୁହାଯାଉଛି । ବାଲିସାହିର ନାବାଳକ ଷଡ଼ଯନ୍ତ୍ର କରି ତା’ ମୋମୋ ଦୋକାନ ସାଙ୍ଗକୁ ଡାକି ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପୀଡ଼ିତା ନାବାଳିକା ମାନସିକ ସ୍ତରରେ ଭାଙ୍ଗିପ ଡ଼ିଥିଲେ। ସେ ନିକଟରେ ଗଡ଼ଗଡ଼ିଆ ପଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସୌଭାଗ୍ୟବଶତଃ ସେ ବର୍ତ୍ତିଯାଇଥିଲେ । ତାଙ୍କୁ ପୁଲିସ ଆତ୍ମହତ୍ୟା ସମ୍ପର୍କରେ ପଚରାଉଚରା କରିବା ପରେ ଏହି ଲଜ୍ଜାଜନକ ଘଟଣା ସାମନାକୁ ଆସିଥିଲା। ବାଦାମବାଡ଼ି ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି ।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ବହି

    ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

    ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ