ନିଖିଲ ପବନ କଲ୍ୟାଣ ରାଜ୍ୟ ଜନଗଣନା ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟ ଜନଗଣନା ନିର୍ଦ୍ଦେଶକ ତଥା ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ୨୦୧୨ ବ୍ୟାଚର ଆଇଏଏସ ନିଖିଲ ପବନ କଲ୍ୟାଣ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାକ୍ଷୀ ମିତ୍ତଲ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିଖିଲଙ୍କୁ ଜନଗଣନା କାର୍ୟ୍ୟକ୍ରମ ଓ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଅବଗତ କରାଇଛନ୍ତି । ନିଖିଲ ବର୍ତ୍ତମାନ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ କାର୍ୟ୍ୟରତ । ନିଖିଳଙ୍କୁ ତୁରନ୍ତ ନୂତନ ଦାୟିତ୍ୱ ଗ୍ରହଣ ପାଇଁ ରିଲିଭ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରାଯାଇଛି ।
କେନ୍ଦ୍ର ସରକାର ଜନଗଣନା କାର୍ୟ୍ୟକ୍ରମକୁ ଆଗେଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜନଗଣନା ନିର୍ଦ୍ଦେଶକ ଥିବା ଉଦୟ ନାରାୟଣ ଦାସଙ୍କୁ ରାଜ୍ୟ ସରକାର ଗତ ମେ’ ମାସରେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ପରେ ଏହି ପଦବୀ ଖାଲି ପଡ଼ିଛି । ଓଡ଼ିଶାରେ ଖାଲି ପଡ଼ିଥିବା ଏହି ନିର୍ଦ୍ଦେଶକ ପଦବୀରେ ୨୦୧୨ ବ୍ୟାଚର ଆଇଏଏସ ନିଖିଲ ପବନ କଲ୍ୟାଣଙ୍କୁ ଅବସ୍ଥାପିତ କରାଯାଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାକ୍ଷୀ ମିତ୍ତଲ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ନିଖିଲଙ୍କୁ ଓଡ଼ିଶାର ଜନଗଣନା କାର୍ୟ୍ୟକ୍ରମ ଓ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ସେ ଅବଗତ କରାଇଛନ୍ତି ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ