ନିର୍ବାଚନ କମିସନ ପକ୍ଷପାତ କରୁଛନ୍ତି :ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିକଟରେ ହୋଇଥିବା ନିର୍ବାଚନଗୁଡ଼ିକର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ନିର୍ବାଚନ କମିସନ (ଇସି) ପକ୍ଷପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଇସିଙ୍କ ଉପରେ ତୀବ୍ର ଆକ୍ରମଣ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ନିର୍ବାଚନୀ ସଂସ୍ଥା ଦେଶରେ ‘ନିର୍ବାଚନ ଚୋରି’ କରିବା ପାଇଁ ବିଜେପି ସହିତ ଏକାଠି କାମ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ‌ରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ନକଲି ଭୋଟରଙ୍କୁ ଯୋଡ଼ାଯାଉଛି। ରାହୁଲ ତାଙ୍କର ଏହି ମତକୁ ପ୍ରମାଣ କରିବାକୁ ଉଦ୍ୟମ କରି କର୍ଣ୍ଣାଟକର ଭୋଟର ତାଲିକା ଦେଖାଇଛନ୍ତି। ରାହୁଲ ଦାବି କରିଛନ୍ତି ଯେ ବେଙ୍ଗାଲୁରୁ କେନ୍ଦ୍ରୀୟ ଲୋକସଭା ଆସନର ମହାଦେବପୁରା ବିଧାନସଭା କ୍ଷେତ୍ରରେ ‘ଭୟଙ୍କର ଚୋରି’ (ବ୍ୟାପକ ପରିମାଣର ଭୋଟ ଚୋରି) ହୋଇଛି। ରାହୁଲ ଦାବି କରିଛନ୍ତି ମହାଦେବପୁରା ବିଧାନସଭା କ୍ଷେତ୍ରର ୬.୫ ଲକ୍ଷ ଭୋଟ ମଧ୍ୟରୁ ୧ ଲକ୍ଷରୁ ଅଧିକ ଭୋଟ ‌ଚୋରି ହୋଇଥିଲା। ମହାଦେବପୁରା ନିର୍ବାଚନମଣ୍ଡଳୀରେ ଏକ ଲକ୍ଷରୁ ଅଧିକ ନକଲି ଭୋଟର, ଅବୈଧ ଠିକଣା, ବହୁ ଭୋଟର ମିଳିଥିବା ‌ରାହୁଲ ଦାବି କରିଛନ୍ତି। ତେବେ ନିର୍ବାଚନ କମିସନ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ମିଥ୍ୟା ଓ ବିଭ୍ରାନ୍ତିକର ଅଭିଯୋଗରୁ ଦୂରେଇ ରହିବାକୁ କହିଛନ୍ତି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ