
ଦେବଗଡ଼:ଜିଲ୍ଲାପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜୀବନଜ୍ୟୋତି ସମନ୍ବିତ ନିଶା ନିବାରଣ ଓ ଥଇଥାନ କେନ୍ଦ୍ର ମିଳିତ ସହଯୋଗରେ ବାରକୋଟ ବ୍ଲକର କଣ୍ଢଳ ପଂଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି
ନିଶା ମୁକ୍ତ ଭାରତ ଅଭିଯାନ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ବାସନ୍ତୀପ୍ରଭା ନାଏକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ସରପଞ୍ଚ ସବିତା ବେହେରା,ଡା.ବଂଶୀଧର ପାତ୍ର,ଭାରପ୍ରାପ୍ତ ସହକାରୀ ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅମରେଶ ଶତପଥି,ପିଇଓ ରୁକ୍କଣ ନାୟକ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜନ ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜୀବନଜ୍ୟୋତି ସମନ୍ୱିତ ନିଶାନିବାରଣ ଓ ଥଇଥାନ କେନ୍ଦ୍ରର ପ୍ରକଳ୍ପସଂଯୋଜକ ଅରୁନ୍ଧତୀଜେନା ଧନ୍ୟବାଦ ଦେଇଥିଲେ।








