
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଜଣା ବସ୍ତୁକୁ ନେଇ ଆତଙ୍କ । ନରଣପୁର ପଞ୍ଚାୟତ ଗେନ୍ଦରାସାହି ନିକଟସ୍ଥ ଏକ ଶାଳ ଗଛରେ ଅଜଣା ବସ୍ତୁ ଝୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏକ ପ୍ଲାଷ୍ଟିକ୍ ଡବା ଆକାରର ଏହି ବସ୍ତୁଟିରେ ହଳଦିଆ ସୂତା ବନ୍ଧା ହୋଇଛି ଏବଂ ସେଥିରେ ‘P0086’ ଲେଖାଯାଇଛି । ଏହା ପ୍ରତିରକ୍ଷା ବିଭାଗର ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ତୁଟିକୁ ଜବତ କରିଥିଲେ । ଆଇଆଇସି ଜନ ପଟ୍ଟନାୟକ ଇସ୍ରୋ ସହ ଯୋଗାଯୋଗ କରିବା ପରେ, ଏହି ବସ୍ତୁଟି ଇସ୍ରୋର ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।







