
ଭୁବନେଶ୍ବର: ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା। କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ଆଜି ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ରାଜଧାନୀର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ପ୍ରସଙ୍ଗ ନୂଆ ଡିସିପିଙ୍କ ପାଇଁ ବଡ଼ ଆହ୍ବାନ ହେବ । ରାଜଧାନୀରେ ଭିଭିଆଇପି ସୁରକ୍ଷା ଓ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଆଦିକୁ ସମ୍ଭାଳିବା ମଧ୍ୟ ନୂଆ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ ।
ନିକଟରେ ଆଇପିଏସ୍ ସ୍ତରରେ ବଡଧରରଣର ଅଦଳବଦଳ ହୋଇଛି । ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଭାବେ ଖିଲାରି ରିଷିକେଶଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ବଲାଙ୍ଗୀର ଏସପି ଥିବା କେଆର ଧ୍ୟାନଦେବଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଛି । ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ୍ ଡିଆଇଜି ଦାୟିତ୍ବ ମିଳିଛି ।







