ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି

ନାରାୟଣପାଟଣା,04/09 : ଗାଁକୁ ଡିଜିଟାଲ ସେବା ଅପହଞ୍ଚ ହୋଇଛି । ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି । ଆଉ କେଉଁଠି ମୋଟରସାଇକଲରେ ଲାପଟପ୍ ଧରି ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା ଚାଲିଛି । ସୀମାନ୍ତ ଆନ୍ଧ୍ର ନେଟୱର୍କରେ ଲୋକଙ୍କ ବିଭିନ୍ନ ଅନ୍‌ଲାଇନ କାର୍ଯ୍ୟ ହେଉଛି । ଘଣ୍ଟା ଘଣ୍ଟା ଅପେକ୍ଷା କରି କିଏ ଟଙ୍କା ଉଠାଉଛି ତ’ ଆଉ କିଏ ସ୍ବାସ୍ଥ୍ୟସେବା କାର୍ଡ ପାଇଁ ପଞ୍ଜୀକରଣ କରୁଛନ୍ତି । ଏପରି ବିକଳ ଚିତ୍ର ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ଭିତରପଡ଼ା ଗାଁରେ ଦେଖିବାକୁ ମିଳିଛି । ନାରାୟଣପାଟଣା ବ୍ଲକଠାରୁ ଭିତରପଡ଼ା ଗାଁର ଦୂରତା ୨୨ କିମି। ପାହାଡ଼ିଆ ଜଙ୍ଗଲ ରାସ୍ତା ପାର୍ଶ୍ବରେ ଖୋଲା ଆକାଶରେ ହାତରେ ଆଧାର କାର୍ଡ ଧରି ଆଦିବାସୀ ପୁରୁଷ, ମହିଳା, ବୃଦ୍ଧବୃଦ୍ଧା ଠିଆ ହେଉଛନ୍ତି । ସରକାରଙ୍କ ସ୍ବାସ୍ଥ୍ୟ ବୀମା ପାଇଁ ପଞ୍ଜୀକରଣ କରୁଛନ୍ତି । ଗାଁରେ ନେଟୱର୍କ ନାହିଁ । ନେଟୱାର୍କ ସେବା ପାଇଁ ୨୨ କିମି ଦୂର ନାରାୟଣପାଟଣା ଯିବାକୁ ପଡୁଛି । ଗଁା ପାଖରେ ଲୋକଙ୍କୁ ସେବା ଯୋଗାଇବାକୁ ମୋଟରସାଇକଲରେ ଲାପଟପ ଧରି ଗ୍ରାହକ ସେବା କେନ୍ଦ୍ରର ଜଣେ ଯୁବକ ଆନ୍ଧ୍ର ନେଟୱର୍କ ଖୋଜୁଛନ୍ତି । ସେହି ନେଟୱର୍କ ମିଳିଲେ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି । ଗତ ସପ୍ତାହ ହେବ ଏପରି କାର୍ଯ୍ୟ ଚାଲିଛି । ଲୋକେ ଖୁସିରେ ଗ୍ରାହକ ସେବା କେନ୍ଦ୍ରର ଯୁବକ ସଦା ତାଡିଙ୍ଗିଙ୍କୁ ଅଳ୍ପ କିଛି ଅର୍ଥ ଦେଇଥାନ୍ତି। ଯେଉଁଠି ଉକ୍ତ ସେବା ପାଇଁ ଲୋକଙ୍କୁ ୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା। ଶ୍ରୀ ତାଡିଙ୍ଗି ଜଣେ ଶିକ୍ଷିତ ଯୁବକ । ସେ ଚାକିରି ନ କରି ନିଜ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇବାକୁ ପ୍ରୟାସ କରୁଛନ୍ତି । ଭିତରପଡ଼ା ଗାଁ ନିକଟ ଜଙ୍ଗଲ ରାସ୍ତାରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ବାରମ୍ବାର କୋରାପୁଟ ଜିଲା ପ୍ରଶାସନକୁ ଏକ ଟାୱାର ବସାଇବା ପାଇଁ ଗ୍ରାମବାସୀ ଦାବି କରି ଆସୁଛନ୍ତି। କେହି ଗୁହାରି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ଭିତରପଡା ଗାଁରେ ଏକ ମୋବାଇଲ ଟାୱାର ବସାଇବାକୁ ଟେଣ୍ଡର ଶେଷ ହୋଇଛି। ଟାୱାର ନିର୍ମାଣରେ ଠିକାଦାର ବିଳମ୍ବ କରୁଛନ୍ତି । ଲୋକେ ହଇରାଣ ହେଉଛନ୍ତି । ଗ୍ରାମବାସୀଙ୍କ ଗୁହାରି ଶୁଣିବାକୁ ପ୍ରଶାସନକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଳତି ତାଡିଙ୍ଗି ଅନୁରୋଧ କରିଛନ୍ତି ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ