ନେତାଜୀଙ୍କୁ ‘ରାଷ୍ଟ୍ର ପୁତ୍ର’ ଘୋଷଣା ଦାବିରେ ହାଇକୋର୍ଟରେ ପିଟିସନ

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ । ସାରା ଦେଶ ଏହି ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତେବେ ନେତାଜୀଙ୍କୁ ‘ରାଷ୍ଟ୍ର ପୁତ୍ର’ ଏବଂ ଆଜାଦ୍ ହିନ୍ଦ୍ ଗଠନ ଦିବସକୁ ‘ଜାତୀୟ ଦିବସ’ ଭାବେ ଘୋଷଣା ପାଇଁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଛି । କଟକର ଜଣେ ସମାଜସେବୀ ପି ନାକପାଣି ମହାନ୍ତିଙ୍କ ପକ୍ଷରୁ ଦାୟର ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି ।ଆବେଦନକାରୀ ଆବେଦନରେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି, ‘ଭାରତ ପ୍ରତି ନେତାଜୀଙ୍କର ଯେଉଁଭଳି ଅବଦାନ ରହିଛି, ଦେଶ ପାଇଁ ସେ ଯେଉଁଭଳି ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାକୁ ସମ୍ମାନ ଜଣାଇ ସରକାର ନେତାଜୀଙ୍କୁ ଭାରତର ‘ରାଷ୍ଟ୍ର ପୁତ୍ର ଭାବେ ଘୋଷଣା କରିବା ଆବଶ୍ୟକ । ସେହିପରି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖକୁ ‘ଜାତୀୟ ଦିବସ’ ଭାବେ ମଧ୍ୟ ଘୋଷଣା କରିବାକୁ ଆବେଦନକାରୀ ପିଟିସନରେ ପ୍ରାର୍ଥନା କରିଛନ୍ତି । ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ୭୮ବର୍ଷ ପରେ ବି ତାଙ୍କୁ ଏ ଦେଶ ଉଚିତ ସମ୍ମାନ ଦେଇପାରିନାହିଁ । ଦେଶକୁ ସ୍ବାଧୀନତା କରିବାରେ ନେତାଜୀ ଏବଂ ତାଙ୍କ ଦ୍ବାରା ଗଠିତ ଆଜାଦ୍ ହିନ୍ଦ୍ ଫୌଜର ବହୁତ ବଡ଼ ଭୂମିକା ରହିଛି ।’

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ