ନେପାଳ ବନ୍ୟା; ଓଡ଼ିଶାର ଚାରି ଏବେବି ନିଖୋଜ

ଭୁବନେଶ୍ୱର: ନେପାଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ମୋଟ ୪ ଜଣ ନିଖୋଜ ଥିବା ଓଡିଶା ସରକାରଙ୍କ ସୂତ୍ରରୁ କୁହାଯାଇଛି । ନିଖୋଜ ଥିବା ବ୍ୟକ୍ତିମାନଙ୍କ ସନ୍ଧାନ ଓ ସୁରକ୍ଷିତ ଉଦ୍ଧାର ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ଭାରତୀୟ ଦୂତାବାସ ସ୍ତରରେ ଉଦ୍ୟମ ଜାରି ରହିଛି । ବରଗଡ଼ର ଇଞ୍ଜିନିୟର ଗୁନ୍ନମ ଜୟକୃଷ୍ଣ ନେପାଳରେ ସୁରକ୍ଷିତ ଥିବା ଜଣାପଡ଼ିଛି । ତାଙ୍କ ଅବସ୍ଥାନ ସମ୍ପର୍କିତ ସୂଚନା ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଦିଆଯାଇଛି । ମନ୍ତ୍ରଣାଳୟ ତାଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।
ତେବେ ଜୟକୃଷ୍ଣଙ୍କ ପତ୍ନୀ ଗୁନ୍ନମ ସାଇବିନ୍ଦୁ କୁମାରୀ ଏବଂ ତାଙ୍କ ଦୁଇ ବର୍ଷର ଝିଅ ଗୁନ୍ନମ ହରୀକ୍ଷାଙ୍କ ଏଯାଏଁ ପତ୍ତା ମିଳିନାହିଁ । ନେପାଳରେ ସେମାନେ ରହୁଥିବା ଅଞ୍ଚଳ ବନ୍ୟାରେ ଭାସିଯିବା ପରେ ଉଭୟେ ନିଖୋଜ ଅଛନ୍ତି ।ନେପାଳ ବନ୍ୟାରେ ଓଡ଼ିଶାର ଆଉ ଦୁଇ ଜଣଙ୍କୁ ନେଇ ଚିନ୍ତା ବଢ଼ିଛି । ଖୋରଧା ଜିଲ୍ଲାର ସନ୍ଦୀପ ମହାପାତ୍ର ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଥିଲେ । ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁଙ୍କ ସହ ନେପାଳ ବୁଲିବା ପାଇଁ ଯାଇଥିଲେ । ଖୋରଧାର ଏହି ଦମ୍ପତି ଏବେ ବି ନେପାଳରେ ନିଖୋଜ ଥିବା ସୂଚନା ମିଳିଛି । ନିଖୋଜ ଖବର ମଧ୍ୟରେ ଶନିବାର କିଛି ଆଶ୍ୱସ୍ତିକର ଖବର ମିଳିଛି । ବାରିପଦାର କୁଲସୁମ ନିଗାର ଏବଂ ସୁନ୍ଦରଗଡ଼ର ଦୀପିକା ଏକ୍କା ସୁରକ୍ଷିତ ଭାବେ ରକ୍ସୌଲ ସୀମା ପୋଷ୍ଟରେ ପହଞ୍ଚି ଭାରତରେ ପ୍ରବେଶ କରିଛନ୍ତି ।
ସେହିପରି ଓଡ଼ିଶାର କୋଚ୍ ଶ୍ରୀ ହଲିମଙ୍କ ସମେତ ରାଜ୍ୟର ୬ ଜଣ ଖେଳାଳି ମଧ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି । ସମସ୍ତେ ନେପାଳର ପୋଖରାରେ ରହିଛନ୍ତି । ବନ୍ୟା ପରିସ୍ଥିତି ଯୋଗୁଁ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ରହିଥିଲେ ମଧ୍ୟ ବର୍ତ୍ତମାନ ସେମାନେ ସୁରକ୍ଷିତ ଥିବା ସୂଚନା ମିଳିଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ