ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ଖୋଲିଲା ହେଲ୍‌ପ ଡେସ୍କ

ପଡ଼ୋଶୀ ଦେଶ ନେପାଳରେ ଆକସ୍ମିକ ପ୍ରଳୟଙ୍କରୀ ବନ୍ୟାରେ ବ୍ୟାପକ ଜନଜୀବନ କ୍ଷତିଗ୍ରସ୍ତ ହୋଇଛି। ଜଳ ପ୍ରଳୟ ଏତେ ଭୟଙ୍କର ରହିଛି ଯେ, ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିବାବେଳେ ଓଡ଼ିଶା ସରକାର ତତ୍ପରତା ଦେଖାଇଛନ୍ତି।ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଓଡ଼ିଆ ଲୋକଙ୍କ ସହାୟତା ତଥା ଯୋଗାଯୋଗ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ନିବାସଠାରେ ୨୪ଘଣ୍ଟିଆ କଂଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି।
ବିପର୍ଯ୍ୟୟରେ ଫସିଥିବା ଓଡ଼ିଆଙ୍କ ପରିବାର ତଥା ସମ୍ପର୍କୀୟମାନେ ମୋବାଇଲ ନମ୍ବର +୯୧-୭୪୨୮୧୩୫୦୪୪, ୮୫୨୭୫୮୦୨୪୫ କିମ୍ବା ଲ୍ୟାଣ୍ଡଲାଇନ ନମ୍ବର ୦୧୧-୨୩୦୧୨୮୦୭ ଜରିଆରେ ସିଧାସଳଖ ଯୋଗାଯୋଗ କରି ସହାୟତା ପାଇପାରିବେ। ଏହାସହିତ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନେପାଳ ପାଇଁ ଜାରି ହୋଇଥିବା ହେଲପଲାଇନ୍ ନମ୍ବର +୯୭୭ ୯୮୫୧୩୧୬୮୦୭ ଏବଂ +୯୭୭ ୯୭୦୯୧୦୭୫୦୦ ମାଧ୍ୟମରେ ଯୋଗାଯୋଗ କରିବାକୁ ବି ପରାମର୍ଶ ଦିଆଯାଇଛି।
ଏହି ସମଗ୍ର ପ୍ରକ୍ରିୟା ଓ ସହାୟତା କାର୍ଯ୍ୟକୁ ସୁଚାରୁରୂପେ ପରିବାଳନା କରିବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟର ଓଏସଡି ପ୍ରୀତିଶ ପଣ୍ଡାଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ସୂଚନା ଓ ଜରୁରୀ ସହାୟତା ପାଇଁ ତାଙ୍କ ମୋବାଇଲ ନମ୍ବର +୯୧ ୯୫୮୩୩ ୨୧୯୬୪ ରେ ସିଧାସଳଖ ଯୋଗାଯୋଗ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

  • Related Posts

    ରାକ୍ଷୀବନ୍ଧନରେ ଛାତ୍ରଛାତ୍ରୀଙ୍କୁ କ୍ୟାରିୟର କାଉନସେଲିଂର ଗୁରୁମନ୍ତ୍ର

    ସଫଳତା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ସହ ନିୟମିତ ଅଧ୍ୟୟନ ଉପରେ ଗୁରୁତ୍ୱ ରାଇକିଆ: ରାକ୍ଷୀବନ୍ଧନ ଭଳି ଭାଇ-ଭଉଣୀଙ୍କ ସ୍ନେହ, ବିଶ୍ୱାସ ଓ ଦାୟିତ୍ୱର ପବିତ୍ର ପର୍ବ ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟରେ ଏକ ଅଭିନବ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ…

    Continue reading
    ଆଇକନିକ୍‌ ଓଏଭିରେ ପଢ଼ିବେ ରାଇକିଆର ୩ ମେଧାବୀ

    ରାଇକିଆ: ପ୍ରତିଭାର ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ିଛି ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ବିଦ୍ୟାଳୟର ୩ଜଣ ମେଧାବୀ ଛାତ୍ର ଭୁବନେଶ୍ୱରସ୍ଥିତ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ମନୋନୀତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି କୃତିତ୍ୱ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ