
ଦେବଗଡ଼: ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ପଞ୍ଚଦିବସୀୟ ଇଂରାଜୀ ଭାଷା ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଉଦଘାଟନୀ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର , ଜ଼ିଲ୍ଲା ବିଜ୍ଞାନ ସଂଯୋଜିକା ଇପ୍ସିତା ପଟ୍ଟନାୟକ, ସମଗ୍ର ଶିକ୍ଷା ଶୈକ୍ଷିକ ତତ୍ତ୍ୱ ସଂଯୋଜକ ତପନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମକୁ ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଲି ଲାକ୍ରା ଧନ୍ୟବାଦ ପ୍ରଦାନ କରିଥିଲେ।ପାଞ୍ଚ ଦିନ ଧରି ଉକ୍ତ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଇଂରାଜୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସଞ୍ଚାର ଦକ୍ଷତା, ଶିକ୍ଷଣ କୌଶଳ ଓ ନୂତନ ପଦ୍ଧତି,ଗଳ୍ପ କଥନ,ଇଂରାଜୀ ମୋଖିକ ଭାଷା ଦକ୍ଷତାର ବିକାଶ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରରେ ମମତା ସୁଆର ଓ ଭୋଳେଶ୍ୱର ପ୍ରଧାନ ମୁଖ୍ୟ ସମ୍ବଳ କର୍ମୀ ଏବଂ ମହେଶ୍ୱର ବେହେରା, ଝସକେତନ ନାହାକ, ହାଡିବନ୍ଧୁ ସାହୁ,କୁଳମଣି ନାୟକ ମେଣ୍ଟର ଭାବେ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସହ ନିର୍ଦ୍ଦେଶକ ଡ଼. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ମୁଖ୍ୟଅତିଥି, ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଲି ଲାକ୍ରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷଣୀୟ ଉପଦେଶ ପ୍ରଦାନ କରିବା ସହ ସେମାନଙ୍କର ମନୋବଳ ବୃଦ୍ଧି କରିବାରେ ସହାୟକ ହୋଇଥିଲେ। କାର୍ଯ୍ୟକ୍ରମ କୁ ଶୈକ୍ଷିକ ତତ୍ତ୍ୱ ସଂଯୋଜକ ତପନ କୁମାର ସାହୁ ପରିଚାଳନା କରିଥିବା ବେଳେ ସୁଗୁଡା ସି.ଆର. ସି.ସି. ପ୍ରାଣବନ୍ଧୁ ଘଡେଇ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ଶିବିର ରେ ଜ଼ିଲ୍ଲାର ତିନୋଟି ବ୍ଲକର ୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ଆୟୋଜନରେ ପୌରାଞ୍ଚଳ ସି. ଆର. ସି. ସି. ଚୂଡ଼ାମଣି ସାହୁ ଓ ସ୍ଥାନୀୟ ବିଦ୍ୟାଳୟ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ.








