ପଞ୍ଚାୟତିରାଜ ବିଭାଗରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି

ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି । ବଜେଟ ଅଧିବେଶନ ଜାରି ରହିଥିବା ବେଳେ ମଙ୍ଗଳବାର ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା କହିଛନ୍ତି ମନ୍ତ୍ରୀ ।
ବିଜେପି ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ ଯେ, ଗତ ୫ ବର୍ଷ ମଧ୍ୟରେ ଓଡିଶାରେ କାର୍ୟ୍ୟକାରୀ ହେଉଥ‌ିବା ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ କେତେ ଟଙ୍କାର ଆର୍ଥିକ ଅନିୟମିତତା ତଥା ଅର୍ଥ ତୋଷାରପାତ ହୋଇଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ଓ ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ନାମ ଦେବା ସହ ସେମାନଙ୍କ ବିରୁଦ୍ଧରେ କେଉଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ?
ବିଧାୟିକାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବିଗତ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଜରିଆରେ ପଞ୍ଚାୟତିରାଜ ବିଭାଗରେ ସର୍ବମୋଟ ୯୨୯୯ ମାମଲାରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା ନେଇ ସେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ୨୦୨୦-୨୧ ବର୍ଷରେ ୧୦୦୭ଟି ମାମଲାରେ ୯ କୋଟି ୧୩ ଲକ୍ଷ ୨୮ ହଜାର ଟଙ୍କା, ୨୦୨୧-୨୨ ବର୍ଷରେ ୨୮୧୪ଟି ମାମଲାରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଟଙ୍କା, ୨୦୨୨-୨୩ ବର୍ଷରେ ୩୮ଟି ମାମଲାରେ ୯ କୋଟି ୧୭ ଲକ୍ଷ ଟଙ୍କା, ୨୦୨୩-୨୪ ବର୍ଷରେ ୩୪୦୨ଟି ମାମଲାରେ ୩ କୋଟି ୮୦ ଲକ୍ଷ ୩୭ ହଜାର ଟଙ୍କା, ୨୦୨୪-୨୫ ବର୍ଷରେ ୨୦୩୮ଟି ମାମଲାରେ ୧ କୋଟି ୮୬ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି ବୋଲି ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ