ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ ବି ଆବଶ୍ୟକୀୟ ପ୍ରମାଣ ପତ୍ର ଦେଇ ଯୋଡି ପାରିବେ। ସେହିପରି ବାଦ ଦେବାକୁ ମଧ୍ୟ ବ୍ୟବସ୍ଥା ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ କହିଛନ୍ତି ।

ଜାନୁଆରୀରେ ପ୍ରକାଶ ପାଇବ ଡ୍ରାଫ୍ଟ ତାଲିକା। ଫେବୃଆରୀ ୧୦ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ଲକ୍ଷ୍ୟ ରହିଛି। ସେପ୍ଟେମ୍ବର ୨୧ ରେ ଏସଆଇଆର ପରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଭୋଟର ତାଲିକା ଅନୁସାରେ ରାଜ୍ୟ ନିର୍ବାଚନ କମିଶନ କରିବେ ସର୍ଭେ।। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ରହିବ ଗୋଟିଏ ବୁଥ। ବିଧାନସଭାର ୩୯୦୦୦ ବୁଥକୁ ଭାଙ୍ଗି ୯୧ ହଜାର ବୁଥ କରାଯିବ। ପୌରାଞ୍ଚଳରେ ୬ ହଜାର ବୁଥ ରହିଲେ, ଆବଶ୍ୟକ ପଡିଲେ ଅଧିକ ବୁଥ କରାଯିବ।
ସହରଞ୍ଚଳରେ ଇଭିଏମ ଏବଂ ଗ୍ରାମାଞ୍ଚଳରେ ବାଲାଟରେ ନିର୍ବାଚନ ହେବ। ଡୋର ଟୁ ସର୍ଭେ ଟିମରେ ବୁଥ୍ ସ୍ତରୀୟ ଅଧିକାରୀ(BLO), ଅଙ୍ଗନୱାଡ଼ି କର୍ମୀ (AWW), ଜଳସାଥ୍, ସ୍ବଚ୍ଛସାଥ୍ ଏବଂ ଆଶା କର୍ମୀ ଘରକୁ ଘର ବୁଲିବେ। PEO,ବୁଥ୍ ସ୍ତରୀୟ ଅଧିକାରୀଙ୍କର (BLOs) ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AEROs) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ(EROs ) ସମ୍ପୂର୍ଣ ପ୍ରକ୍ରିୟାର ତଦାରଖ କରିବେ।

ସର୍ଭେ ବେଳେ ସହଯୋଗ ପାଇଁ ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏହି ସର୍ଭେ ସମୟରେ ଭୋଟର ମାନେ ପୂର୍ବରୁ ବାଦ ପଡ଼ିଥିଲେ ଯୋଡି ହୋଇ ପାରିବେ, ଆଉ ଅଯୋଗ୍ୟ ଭୋଟରଙ୍କୁ ବାଦ ବି ଦିଆଯାଇ ପାରିବ। ନାମ ଯୋଡିବା ଏବଂ ସଂଶୋଧନ ପାଇଁ ଦାବୀ ଫର୍ମ ନମ୍ବର ୧୬ ଏବଂ ନାମ ବାଦ ଦେବା ପାଇଁ ଆପତ୍ତି ଫର୍ମ ୧୭ କୁ ଦାଖଲ କରିବାକୁ ପଡିବ।

ବଡ କଥା ହେଲା ନୂଆ ଭୋଟର ଲିଷ୍ଟ ହେଲେ ଗୋଟିଏ ପରିବାରର ସମସ୍ତ ଭୋଟର ଗୋଟିଏ ବୁଥରେ ହିଁ ଭୋଟ ଦେବେ। ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଆଧାରରେ ୨୦୨୫ ଭୋଟର ଲିଷ୍ଟ ଅନୁଯାୟୀ ୩୦ଟି ଜିଲ୍ଲାରେ କରାଯାଇଥିବା ପାଇଲଟ୍ ସର୍ଭେରେ ଜଣା ପଡିଥିଲା ଯେ ପ୍ରାୟ ୭.୬୧% ଲୋଟର ମୃତ୍ୟୁ/ସ୍ଥାନାନ୍ତର ସତ୍ତ୍ବେ ଲୋଟର ତାଲିକାରେ ଅଛନ୍ତି ଏବଂ ପ୍ରାୟ ୪.୮୭% ଯୋଗ୍ୟ ଭୋଟର ବାବ୍ ପଡ଼ିଛନ୍ତି। ତେଣୁ ନୂଆ ସର୍ଭେ ବେଳେ ତାହାକୁ ସଂଶୋଧନ କରିହେବ। ଜାନୁଆରୀ ରେ ପ୍ରକାଶ ପାଇବ ଡ୍ରାଫ୍ଟ ତାଲିକା। ତାପରେ ଆପତ୍ତି ଅଭିଯୋଗ ପାଇଁ ୨୦ ଦିନ ସମୟ ଦିଆଯିବ। ଫେବୃଆରୀ ୧୦ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ଲକ୍ଷ୍ୟ ରଖାଯାଇଥିବା ବେଳେ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି କହିଛନ୍ତି ନିର୍ବାଚନ କମିଶନ।

  • Related Posts

    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ

    ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳର ଜାତୀୟ ତଥା ରାଜ୍ୟ ରାଜପଥଗୁଡ଼ିକରେ ବାଣିଜ୍ୟିକ ଓ ବଡ଼ ବଡ଼ ଯାନଗୁଡ଼ିକର ବେଆଇନ ତଥା ବିପଦଜନକ ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି