ପଥର ଖାଦାନରେ ବିସ୍ଫୋରଣ, ୯ ମୃତ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶର ଏକ ପଥର ଖଣିରେ ଆଜି ପୂର୍ବାହ୍ନରେ ବିସ୍ଫୋରଣ ଘଟିଛି । ଆନ୍ଧ୍ରପ୍ରଦେଶର ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ। ଏଥିରେ ୯ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୭ ଓ ଗଜପତି ଜିଲ୍ଲା ମୋହନାର ୨ ଜଣ ବୋଲି ଜଣାପଡ଼ିଛି । ରବିବାର ଆନ୍ଧ୍ରପ୍ରଦେଶର ଏକ ଗ୍ରାନାଇଟ୍ ଖଣିରେ ବଡ଼ ବଡ଼ ପଥର ଖସି ପଡ଼ିବାରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ବାପତଲା ଜିଲ୍ଲାର ବାଲିକୁରାଭା ନିକଟରେ ଏକ ଘରୋଇ ଖଣିରେ ନିୟମିତ କାର୍ୟ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରବିବାର ସକାଳ ୯ଟାରେ ଶ୍ରମିକମାନେ ଡ୍ୟୁଟିରେ ଆସିଥିଲେ ଏବଂ କିଛି ମିନିଟ୍ ପରେ ବ୍ଲାଷ୍ଟିଂ କାର୍ୟ୍ୟ ସମୟରେ ସେମାନଙ୍କ ଉପରେ ପଥର ପଡ଼ିଥିଲା । ଖଣିର କଡ଼ ଭୁଶୁଡ଼ି ପଡ଼ିବା ସମୟରେ ପ୍ରାୟ ୧୫-୨୦ ଜଣ ଶ୍ରମିକ ସେଠାରେ ଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା। ମୃତକମାନେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳ ଓ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଶ୍ରମିକ ବୋଲି ଜଣାପଡ଼ିଛି। ଦିଗପହଣ୍ଡି ଅଂଚଳ ଭୀଷ୍ମଗିରି ମଣ୍ଡଳ ନିକଟସ୍ଥ ଚଷା ନିମଖଣ୍ଡି – କୁରୁବୁଲି – ସିଂଧବା ଗ୍ରାମର ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡା ପଞ୍ଚାୟତ ଅଲେରା ଗାଁର ଦୁଇ ଜଣ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି କ୍ଷ ମୃତକ ଶ୍ରମିକ ଦୁଇଜଣ ଭାସ୍କର ବିଷୋୟୀ ଏବଂ ଟୁକୁନା ଦଳାଇ କ୍ଷ ସେମାନେ ଗତ ଏକ ମାସ ହେଲେ ସେହି ପଥର ଖାଦାନରେ କାମ କରୁଥିଲେ କ୍ଷ ଦୁଇ ଜଣଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଳ ଅନ୍ୟ କିଛି ଶ୍ରମିକ ଆହତ ହୋଇଥିବା ଏବଂ ସେମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି।

ଗୁରୁତରମାନଙ୍କୁ ନରସରାଓପେଟାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ତଦାରଖ କରିଥିଲେ। ରାଜସ୍ୱ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ୟ୍ୟରେ ପୋଲିସକୁ ସହାୟତା କରୁଥିଲେ। ମୃତଦେହଗୁଡ଼ିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଗ୍ରାନାଇଟ୍ ଖଣିରେ ହୋଇଥିବା ଦୁର୍ଘଟଣାରେ ମର୍ମାହତ ପ୍ରକାଶ କରିଛନ୍ତି। ସେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ୟ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ମଧ୍ୟ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏବଂ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଅଧିକାରୀମାନଙ୍କୁ ମଧ୍ୟ କହିଛନ୍ତି। ବାପତଲା ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଥିବା ବେଳେ ମୃତକଙ୍କ ମର ଶରୀର କିଭଳି ଗାଁକୁ ପହଂଚିବ ସେ ନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।

  • Related Posts

    ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

    କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

    Continue reading
    ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

    ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ