ପରିଚାଳନା ବିଭ୍ରାଟ ପାଇଁ ଶ୍ରୀମନ୍ଦିର ପ୍ରଶାସକ ଅନୁତପ୍ତ ହେବା ଉଚିତ : ଭକ୍ତ ଦାସ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି ଏହାଯୋଗୁଁ ରାଜ୍ୟବାସୀଙ୍କ ଭାବାବେଗରେ ହୋଇଥିବା ଦାରୁଣ ଆଘାତକୁ ନେଇ କଂଗ୍ରେସ ଭବନଠାରେ ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତ୍ତି ପ୍ରଦାନ କରିଥିଲେ lଏହି ପ୍ରେସ ବିବୃତ୍ତି କାର୍ଯ୍ୟକ୍ରମକୁ ଓପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରି ଓଡ଼ିଆଙ୍କ ଭାବାବେଗକୁ କିପରି ଡବଲ ଇଞ୍ଜିନ ସରକାର କ୍ରମାଗତ ଆଘାତ କରିଚାଲିଛି ସୂଚନା ଦେଇଥିଲେ lଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ସମସ୍ତ ଜନତାଙ୍କ ଭାବାବେଗ ସହ ଜଡିତ ଏବଂ ରଥଯାତ୍ରା ପର୍ବ ପାଇଁ କେବଳ ଓଡିଶାରୁ ନୁହେଁ ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ l କିନ୍ତୁ ଏଇ ସରକାର କ୍ରମାଗତ ଭାବରେ ତିନିବର୍ଷ ହେଲା ଜଗନ୍ନାଥଙ୍କ ପରିଚାଳନାରେ ଗୁରୁତର ତ୍ରୁଟି କରି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖକୁ ଶ୍ରୀହୀନ କରି ଦେଇଛନ୍ତି l ପରିତାପର ବିଷୟ ସରକାର ଲୋକଙ୍କ ଭାବାବେଗକୁ ଖାତିର କରୁ ନାହାନ୍ତି lଏ ବର୍ଷ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରୁ ବିନା ଟାହିଆରେ ରଥାରୁଢ଼ ହେଲେ l ରଥଯାତ୍ରା ଓ ବାହୁଡ଼ାରେ ଟାହିଆ ବ୍ୟବହାର କରିବା ବାଧ୍ୟତାମୂଳକ ଶାସ୍ତ୍ରୀୟ ପରମ୍ପରା ରହି ଆସିଅଛି ଏବଂ ଶହ ଶହ ବର୍ଷ ଧରି ବିନା ବ୍ୟତିକ୍ରମରେ ଚାଲି ଆସିଅଛି l କିନ୍ତୁ ଏଥର ଟାହିଆ ପ୍ରଭୁ ବ୍ୟବହାର କରି ପାରିଲେ ନାହିଁ l ପରମ୍ପରାରେ ଅବହେଳା ଘଟିଲା କାହିଁକି? ଏହି ଗୁରୁତର ନୀତିକାନ୍ତି ତ୍ରୁଟି ସମସ୍ତ ରାଜ୍ୟବାସୀଙ୍କୁ ହତବାକ କରିବା ସହ ଅତ୍ୟନ୍ତ ବ୍ୟଥିତ କରିଛି l ମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ଜଣେ ସଚ୍ଚୋଟ ଓ ନିଷ୍ଠାବାନ ଆଇଏଏସ ଅଫିସର କିନ୍ତୁ କାହାର ପରାମର୍ଶ କ୍ରମେ ଶ୍ରୀ ଜଗନ୍ନାଥଙ୍କୁ ଟାହିଆ ପିନ୍ଧିବାରୁ ବଞ୍ଚିତ କରାଗଲା ! ଏଥିପାଇଁ ଶ୍ରୀ ପାଢ଼ୀ ଅନୁତପ୍ତ ହେବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ lସେ ପୁଣି କହିଥିଲେ, ବହୁ ଆଡମ୍ବର ମଧ୍ୟରେ ପ୍ରସ୍ତୁତି ସଭା ହେଉଛି l ଖୋଦ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ସଭାପତିତ୍ୱ କରୁଛନ୍ତି ଓ ବ୍ୟାପକ ପ୍ରସ୍ତୁତିର ଭାଷଣ ଦେଉଛନ୍ତି କିନ୍ତୁ ଫଳାଫଳ ଆପଣଙ୍କ ଆଗରେ l ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜାଯାଇ ମଧ୍ୟ ଭିଡ଼ ନିୟନ୍ତ୍ରଣରେ ସମ୍ପୂର୍ଣ ଫେଲ ମାରିଛି ସରକାର l ଦଳା ଚକଟାରେ ତିନିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ 150 ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି l ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବେପରୁଆ ମନ୍ତବ୍ୟ ଦଳଚକଟା ଘଟଣା ଘଟିନି ଦେବା ସରକାରଙ୍କ ଅମାନବୀୟତା ଏବଂ ଉତ୍ତରଦାୟିତ୍ୱହୀନତା ଦର୍ଶାଉଛି l ଶ୍ରୀ ଦାସ ବିଜେପି ସରକାରଙ୍କୁ ସମାଲୋଚନା କରି ପୁଣି କହିଛନ୍ତି ଯେ’ ଏମାନେ ରାମଙ୍କ ନାମ ବ୍ୟବହାର କରି ରାମ ମନ୍ଦିର ଦାନ ଅଳଙ୍କାର ଓ ଅର୍ଥର ଲୁଟ କରିଛନ୍ତି, ବର୍ତ୍ତମାନ ନଜର ଆମ ମହାପ୍ରଭୁଙ୍କ ଉପରେ l ରତ୍ନ ଭଣ୍ଡାର ରହସ୍ୟ ଖୋଲି ପାରିଲା ନାହିଁ l ଜଗନ୍ନାଥ ମନ୍ଦିର ପରିଚାଳନାର ସମସ୍ତ କ୍ଷେତ୍ରରେ ବିଭ୍ରାଟର ଅନୁସନ୍ଧାନ ହେବା ଉଚିତ lସଭାପତି ଶ୍ରୀ ଦାସ ରାଜ୍ୟବାସୀଙ୍କ ତରଫରୁ କଂଗ୍ରେସର ଦାବୀ ଉପସ୍ଥାପନ କରି କହିଛନ୍ତି ଯେ, ତିନିବର୍ଷର ରଥଯାତ୍ରା ପରିଚାଳନା ବିଭ୍ରାଟର ପରିଚାଳନା ପାଇଁ ଦାୟୀଥିବା ମନ୍ତ୍ରୀ ଓ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ l ଶ୍ରୀରାମଙ୍କ ଭଳି ପ୍ରଭୁ ଜଗନ୍ନାଥଙ୍କ ସହିତ ଖେଳନ୍ତୁ ନାହିଁ l ମୃତ ଓ ଆହତ ଭକ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ l ଜଗନ୍ନାଥଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରି କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲେ ପରିଣାମ ନିଶ୍ଚୟ ଦୁଷ୍କର ହେବ ବୋଲି ଶ୍ରୀ ଦାସ ସୂଚାଇ ଦେଇଛନ୍ତି lବିବୃତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓପିସିସିର ବରିଷ୍ଠ ମୁଖପାତ୍ର ଆଡ଼ଭୋକେଟ ଲଲାଟେନ୍ଦୁ ଦାସ କହିଲେ, ଏଇ ସରକାର ତାଙ୍କ ପ୍ରଥମ ବର୍ଷରେ ପରିଚାଳନା ତ୍ରୁଟିକରିବା ଯୋଗୁଁ ଦଳା ଚକଟା ଯୋଗୁଁ ଗୁଣ୍ଡିଚା ଘରେ ତିନିଜଣଙ୍କ ମୃତ୍ୟୁ ଓ ଶତାଧିକ ଆହତ ପୁଣି ଚାରମାଳରୁ ଜଗନ୍ନାଥ ତଳକୁ ଖସି ପଡିଲେ, ଦ୍ଵିତୀୟ ବର୍ଷ ପୁଣି ଦଳାଚକଟା ଓ ଶତାଧିକ ଆହତ l ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଭିଡ଼ ସୁପରିଚାଳନା ପାଇଁ ଦୃଢ ପ୍ରତିଶୃତି ଦେବାପରେ ମଧ୍ୟ ତିନିଜଣଙ୍କ ମୃତ୍ୟୁ ଓ 150 ଜଣ ଆହତ ହୋଇଛନ୍ତି l ବିଜେପି ସରକାରରେ ଥିବା ମନ୍ତ୍ରୀଗଣଙ୍କ ଅହଂକାର, ଗର୍ବ, ଓଦ୍ଧତ୍ୟ ଓ ଓଡିଶାବାସୀଙ୍କୁ ହେୟଜ୍ଞାନ କରିବା ହେଉଛି ଏସବୁ ବିଭ୍ରାଟର ମୂଳ କାରଣ ବୋଲି ମୁଖପାତ୍ର ଶ୍ରୀ ଦାସ କହିଥିଲେ l ଏହି ପ୍ରେସ ବିବୃତ୍ତି କାର୍ଯ୍ୟକ୍ରମରେ ମୁଖପାତ୍ର ଡଃ ଦେବାଶିଷ ଭୂୟାଁ ଓ ମୁଖପାତ୍ର ଜୟଶ୍ରୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ l

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ