ପରିବାରର ପ୍ରତି ସଦସ୍ୟଙ୍କୁ ‘ଆୟୁଷ୍ମାନ’ କାର୍ଡ

ଭୁବନେଶ୍ୱର : ରାଜ୍ୟର କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ। ପରିବାର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ। ଏହି କାର୍ଡରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ଯାହା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ମୋଟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଏହି ଯୋଜନା ଜରିଆରେ କେବଳ ପଶ୍ଚିମବଙ୍ଗକୁ ବାଦ ଦେଇ ଦେଶରେ ଅନୁବନ୍ଧିତ ହୋଇଥିବା ୨୯୦୦୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ। ଏହାସହିତ ପରବର୍ତ୍ତୀ ପର‌୍ୟ୍ୟାୟରେ ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ସ୍ବତନ୍ତ୍ର ଭାବେ ବୟୋ ବନ୍ଦନା ଯୋଜନାରେ ବୟୋ ବନ୍ଦନା କାର୍ଡରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆସନ୍ତା ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। କଟକ ବାଲିଯାତ୍ରା ତଳ ପଡ଼ିଆରେ ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିବେ। କାର‌୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ସମସ୍ତ ହିତାଧିକାରୀଙ୍କୁ ପ୍ରାୟ ତିନିମାସ ମଧ୍ୟରେ କାର୍ଡ ବଣ୍ଟନ କରାଯିବ। ଶୁଭାରମ୍ଭ ଦିନ ୧୪୦୫ ପ୍ରାଥମିକ ଚିକିତ୍ସାଳୟରେ ଏହି କାର୍ଡ ବଣ୍ଟନ କରାଯିବ। ପ୍ରତି ଚିକିତ୍ସାଳୟ‌ରେ ୧୦୦୦ ଲୋକଙ୍କୁ ଦିଆଯିବ ଏବଂ ଆଭାସିରେ ୧୫ ଲକ୍ଷ ଲୋକଙ୍କୁ ଏହି କାର‌୍ୟ୍ୟକ୍ରମରେ ସାମିଲ କରିବାକୁ ଯୋଜନା ହୋଇଛି। ସଚେତନତା ପାଇଁ ଶୁଭାରମ୍ଭ ଦିନଠାରୁ ୭ ଦିନ ଧରି ସ୍ବାସ୍ଥ୍ୟ ଚେତନା ରଥ ଗଡ଼ିବ। ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଗ୍ରାମରେ ଲୋକଙ୍କୁ ସଚେତନ କରାଯିବ ଏବଂ ପ୍ରଚାରପତ୍ର ବଣ୍ଟନ ମଧ୍ୟ କରାଯିବ। ଏହାସହିତ ଏହି କାର୍ଡରେ କେତେ ଟଙ୍କା ରହିଛି ଏବଂ ଚିକିତ୍ସା ବାବଦକୁ କେତେ‌ ଖର୍ଚ୍ଚ ହେଲା ସେସମ୍ପର୍କରେ ସମସ୍ତ ତଥ୍ୟ ୨୪ ଘଣ୍ଟାରେ ହିତାଧିକାରୀଙ୍କୁ ମିଳିବ। ପଞ୍ଜିକୃତ ମୋବାଇଲ ନମ୍ବରରେ ମଧ୍ୟ ମେସେଜ ଆସିବ। ଅନଲାଇନରେ ଏହାକୁ ତଦାରଖ କରାଯିବାକୁ ଯୋଜନା ରହିଛି। ଏ ଦିଗରେ ଆଶା କର୍ମୀମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସହାୟତା ନିମନ୍ତେ ଅନୁବନ୍ଧିତ ପ୍ରତି ହସ୍ପିଟାଲରେ ହେଲ୍ପ ଡେକ୍ସ କାର‌୍ୟ୍ୟ କରିବ। ଅନ୍ୟପକ୍ଷରେ ସ୍ବତନ୍ତ୍ର ବୟୋ ବନ୍ଦନା କାର୍ଡରେ ସମସ୍ତ ସ୍ବଚ୍ଛଳ ବର୍ଗଙ୍କୁ ସୁବିଧା ମିଳିବ। ଆୟକର ଦାତା, ଅବସରପ୍ରାପ୍ତ କର୍ମଚାରୀ ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ମିଳିବ। ସେହିପରି ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ଯେପର‌୍ୟ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇ ନାହିଁ ସେ ପର‌୍ୟ୍ୟନ୍ତ ପୂର୍ବଭଳି ବିଏସ୍‌କେୱାଇ ସ୍ବାସ୍ଥ୍ୟ କାର୍ଡରେ ଚିକିତ୍ସା ମିଳିବ। ୨୦୧୮ରୁ ଆୟୁଷ୍ମାନ ଭାରତ ଆରମ୍ଭ ହୋଇଥିବାବେଳେ ତତ୍କାଳନୀ ସରକାର ଏହି ଯୋଜନାକୁ ଲାଗୁ କରିନଥିଲେ। ଏହି ଯୋଜନା ଲାଗୁ କରିଥିଲେ ବର୍ଷକୁ ପ୍ରାୟ ୩୦୦୦ କୋଟି କେନ୍ଦ୍ର ସରକାରଙ୍କ ନିକଟରୁ ପାଇଥାନ୍ତେ। ଏହି ଯୋଜନାରେ ସାରା ରାଜ୍ୟର ଲୋକମାନେ ଉପକୃତ ହେବେ ଏବଂ ଉପଯୁକ୍ତ ଚିକିତ୍ସା ପାଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଇରାଶିଷ ଆଚାର‌୍ୟ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ,ବାଲିଯାତ୍ରା ତଳପଡ଼଼ିଆରେ ମଞ୍ଚ ବନ୍ଧା କାର‌୍ୟ୍ୟ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ଶନିବାର ଏହି ପ୍ରସ୍ତୁତି କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ବିଷୟରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ,ଉପ ଜିଲାପାଳ ଦିବ୍ୟଲୋଚନ ମହାନ୍ତ, ସିଏମସି ଆୟୁକ୍ତ ଅନାମ ପାତ୍ର ଏବଂ କଟକ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ