ପର୍ଯ୍ୟଟକ ମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର କପିଳାସ ଠାରେ ଜଣେ ଯୁବତୀ ଓ ତାଙ୍କର ଯୁବକ ସାଥୀଙ୍କ ଉପରେ ଅତ୍ୟାଚାର ଘଟଣାକୁ ୭୨ ଘଣ୍ଟା ପୁରି ନଥିବା ବେଳେ, ପୁରୀର ଏକ ରେଷ୍ଟୁରାଣ୍ଟରେ ଏକ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼ ମରାଯିବା ଘଟଣା ଓ ଗଣମାଧ୍ୟମ ସମ୍ମୁଖରେ ଏହି ଦମ୍ପତି ଜୀବନ ଥିବା ଯାଏଁ ଆଉ କେବେ ପୁରୀ ଆସିବେ ନାହିଁ ବୋଲି ମନ୍ତବ୍ୟ ଦେବା, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ପ୍ରଦର୍ଷିତ କରୁଛି ବୋଲି ବିଜୁ ଜନତା ଦଳ କହିଛି । ବିଜେପି ସରକାରଙ୍କର ଗତ ଅଢେଇ ବର୍ଷ ଶାସନରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକ ମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି, ଯେଉଁଥିପାଇଁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ବିଜେଡି କହିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଗତ ଅଢେଇ ବର୍ଷର ବିଜେପି ଶାସନରେ ନିୟମିତ ବ୍ୟବଧାନରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକ ମାନଙ୍କ ସହିତ ଅଘଟଣ ଘଟି ଚାଲିଛି । ଏହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରଦର୍ଷିତ କରିବା ସହିତ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି । ଉଲ୍ଲେଖଯୋଗ୍ୟ, ନବୀନ ସରକାରଙ୍କ ସମୟରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକର ନବୀକରଣ କରି ଅଧିକ ଆକର୍ଷଣୀୟ କରାଯାଇଥିଲା । ଏହାଛଡା ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିଲା ।
ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋପାଳପୁର ବେଳାଭୂମି ଠାରେ ଜଣେ ଯୁବତୀକୁ ଗଣଦୁଷ୍କର୍ମ ଘଟଣାରେ ଓଡିଶାକୁ ସମଗ୍ର ଦେଶରେ ଓ ବିଦେଶରେ ଲଜ୍ଜିତ ଓ ନିନ୍ଦିତ ହେବାକୁ ପଡିଥିଲା । ଆମେରିକା ଏକ ଆଡ଼ଭାଇଜରି ଜାରି କରି ତାଙ୍କ ଦେଶର ନାଗରିକ ମାନଙ୍କୁ ଓଡିଶା ଆସିବା ପାଇଁ ବାରଣ କରିଥିଲା । ଏହି ଘଟଣା ପରେ ରାଜ୍ୟ ବିଜେପି ସରକାର ପର୍ଯ୍ୟଟକ ମାନଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ହେଁ, ପର୍ଯ୍ୟଟକ ମାନଙ୍କ ସହିତ ଅଘଟଣ ଘଟିବା କମି ନଥିଲା । ଗୋପାଳପୁର ଘଟଣା ପରେ ବାଲି ହରଚଣ୍ଡୀ, ଧଉଳି, ରାୟଗଡା ଇତ୍ୟାଦି ଜାଗାରେ ସମାନ ପ୍ରକାରର ଘଟଣା ଘଟିଥିଲା । ଗତ ତିନି ଦିନ ଭିତରେ ଏହିପରି ଦୁଇ ଦୁଇଟି ଘଟଣା ଲୋକଲୋଚନକୁ ଆସିଲାଣି । ପ୍ରଥମେ ଢେଙ୍କାନାଳ ଜିଲ୍ଲାର କପିଳାସ ଠାରେ ଜଣେ ଯୁବତୀ ଓ ତାଙ୍କର ଯୁବକ ସାଥୀ ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ । ଏହାପରେ ପୁରୀ ସହରର ଏକ ରେଷ୍ଟୁରାଣ୍ଟରେ କର୍ଣ୍ଣାଟକରୁ ଆସିଥିବା ଏକ ଦମ୍ପତିଙ୍କ ଉପରେ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି । ନିର୍ଯାତନାର ଶିକାର ହୋଇଥିବା ଦମ୍ପତି ଗଣମାଧ୍ୟମ ସମ୍ମୁଖରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ସୂଚନା ଦେବା ସହିତ ଜୀବନ ଥିବା ଯାଏଁ ଆଉ କେବେ ଓଡିଶା ଆସିବେ ନାହିଁ ବୋଲି କହିଛନ୍ତି । ନିୟମିତ ବ୍ୟବଧାନରେ ଘଟୁଥିବା ଏହିପରି ଘଟଣା ଯୋଗୁଁ ଓଡିଶା ନିନ୍ଦା ସାଉଁଟୁଛି । ରାଜ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ଏହି କାରଣରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୧୨% କମି ଯାଇଛି । କିନ୍ତୁ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ତେଣୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ବିଜେଡି ଦାବି କରୁଛି ।

  • Related Posts

    ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

    ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

    Continue reading
    ନବଗଠିତ ମିଡିଆ ସେଲ ସଂଯୋଜକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

    ଭୁବନେଶ୍ବର: ନବଗଠିତ ମିଡିଆ ସେଲର ସଦସ୍ୟଙ୍କ ସହ ଆଲୋଚନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡିଆ ସେଲର ମୁଖ୍ୟ ସଂଯୋଜକ, ସଂଯୋଜକ ଓ ସଭ୍ୟମାନଙ୍କ ସହିତ ଦଳର ଗଣମାଧ୍ୟମ କୌଶଳ ସମ୍ପର୍କରେ ଆଲୋଚନା କରିଛନ୍ତି ସେ । ବୈଦ୍ୟୁତିକ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ