ପଶ୍ଚିମବଙ୍ଗ ଏବେ ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି: ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ। ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି। ସରକାର ଏହାକୁ ପ୍ରତିହତ କରିପାରିନାହାନ୍ତି କିମ୍ବା ତ୍ୱରିତ ପ୍ରତିକାର ମଧ୍ୟ କରିପାରୁନାହାନ୍ତି। ପଶ୍ଚିମବଙ୍ଗ ଏବେ ଆତଙ୍କବାଦୀ ଏବଂ ଅନୁପ୍ରବେଶକାରୀ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ସରକାରୀ ପ୍ରୋତ୍ସାହନରେ ଆତଙ୍କବାଦୀ କାର୍ୟ୍ୟକଳାପ ଜାରୀ ରହିଛି। ଆଉ ସେହି ଆତଙ୍କବାଦୀଙ୍କ ପ୍ରତି ସମ୍ବେଦନଶୀଳ ଏବଂ କରୁଣାପରାୟଣ ଅଛନ୍ତି ସେଠିକା ସରକାର। କେତେ ଏଭଳି ନିରୀହ ଡାକ୍ତର ଛାତ୍ରୀ ବଳି ପଡ଼ିବେ। ଅନେକ ଅଭିଯୁକ୍ତ ଏବେ ବି ଧରାପଡ଼ିନାହାନ୍ତି।ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରିଛି। ସେମାନେ ସେଇଠି ଚିକିତ୍ସିତ ହେବେ ସୁସ୍ଥ ହେବାପରେ ଓଡ଼ିଶା ଆସିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ କୌଣସି ରାଜନୀତି ନକରି ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ଏବଂ କଠୋର ଶାସ୍ତି ପ୍ରଦାନ କରନ୍ତୁ। ନିରୀହ ଛାତ୍ରୀଙ୍କ ଏକମାତ୍ର ଭୁଲ ସେମାନେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବିଶ୍ବାସ କରି ଯାଇଛନ୍ତି। ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବଡ଼ ଉଦବେଗଜନକ।
ସେ ଆହୁରି କହିଛନ୍ତି, ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରିଛି। ସେମାନେ ସେଇଠି ଚିକିତ୍ସିତ ହେବେ ସୁସ୍ଥ ହେବାପରେ ଓଡ଼ିଶା ଆସିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ କୌଣସି ରାଜନୀତି ନକରି ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ଏବଂ କଠୋର ଶାସ୍ତି ପ୍ରଦାନ କରନ୍ତୁ। ନିରୀହ ଛାତ୍ରୀଙ୍କ ଏକମାତ୍ର ଭୁଲ ସେମାନେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବିଶ୍ବାସ କରି ଯାଇଛନ୍ତି। ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବଡ଼ ଉଦବେଗଜନକ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ