ପାକିସ୍ତାନ ସେନାର ୪୫ ଯବାନଙ୍କୁ ହତ୍ୟା

ଇସ୍‌ଲାମାବାଦ୍‌ : ବଲୁଚିସ୍ତାନକୁ ନେଇ ଚିନ୍ତାରେ ପଡ଼ିଛି ପାକିସ୍ତାନ ସରକାର। ବଲୁଚିସ୍ତାନରେ ବାରମ୍ବାର ପାକିସ୍ତାନ ସେନା ଉପରେ ଆକ୍ରମଣ ହେଉଛି। ବଲୁଚିସ୍ତାନ ଲେବରେସନ୍‌ ଆର୍ମି (ବିଏଲ୍‌ଏ) ତରଫରୁ ବାରମ୍ବାର ଆକ୍ରମଣରେ ବହୁସଂଖ୍ୟକ ପାକିସ୍ତାନ ସୈନିକ ପ୍ରାଣ ହରାଉଛନ୍ତି।
ଏହି କ୍ରମରେ ଗୁରୁବାର ପାକିସ୍ତାନର ୪୫ଜଣ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି ବିଏଲ୍‌ଏ। ବଲୁଚିସ୍ତାନର ମାସ୍ତୁଙ୍ଗ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିବା ବିଏଲ୍‌ଏ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ପାକିସ୍ତାନ ସେନା ଉପରେ ତୃତୀୟ ବଡ଼ ଆକ୍ରମଣ ବୋଲି ଜଣାପଡ଼ିଛି। ବିଏଲ୍‌ଏର ସୂଚନାନୁଯାୟୀ ମସ୍ତୁଙ୍ଗ ଜିଲାର ଖଡକୋଚା ଅଞ୍ଚଳରେ ପାକ୍ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଏହି ଆକ୍ରମଣ ହୋଇଥିଲା। ଏଥିରେ ୪୫ ଜଣ ପାକ୍ ଯବାନ ପ୍ରାଣ ହରାଇଛନ୍ତି। ଏହାସହ ଅନେକ ଗୁରୁତର ହୋଇ ପଡ଼ିଛନ୍ତି। ବିଏଲଏର ପ୍ରବକ୍ତା କହିଛନ୍ତି ଯେ, ସଙ୍ଗଠନର ଫତେହ ସ୍କ୍ୱାଡ୍ ଏହି ଆକ୍ରମଣ କରିଥିଲା। ଯବାନଙ୍କ ବସ୍ ବ୍ୟତୀତ ସେମାନଙ୍କୁ ଏସକର୍ଟ କରି ନେଉଥିବା ଅନ୍ୟ ଏକ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଅନେକ ସୈନିକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ପାକିସ୍ତାନ ସେନା ତରଫରୁ ହୋଇଥିବା ସ୍ବୀକାର କରାଯାଇଥିଲେ ମଧ୍ୟ କେତେଜଣ ପ୍ରାଣ ହରାଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

  • Related Posts

    ୧୭ରେ ହୋଇପାରେ ସଂସଦର ସ୍ବତନ୍ତ୍ର ଅଧିବେଶନ

    ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ଅଚଳାବସ୍ଥା ଲାଗି ରହିଥିବାବେଳେ ସରକାର ଅଗଷ୍ଟ ୧୭ରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ଗୃହୀତ କରାଇବା ଲକ୍ଷ୍ୟରେ ସରକାର ସ୍ବତନ୍ତ୍ର…

    Continue reading
    କ୍ଷମା ମାଗିଲେ ଜୁକରବର୍ଗ

    ନୂଆଦିଲ୍ଲୀ: ମେଟାର ସିଇଓ ମାର୍କ ଜୁକରବର୍ଗ ଡିପଫେକ୍ କଣ୍ଟେଣ୍ଟ ସମ୍ପର୍କରେ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ CSAM (ଶିଶୁ ଯୌନ ନିର୍ଯାତନା ସାମଗ୍ରୀ), ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମର କାର୍ଯ୍ୟକ୍ଷମ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସରକାର ସ୍ପଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ