ପାକ୍ ଗୁପ୍ତଚରୀ ସନ୍ଦେହ: ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଏଟିଏସ ହାବୁଡରେ ଦୁଇ ସନ୍ଦିଗ୍ଧ ଆତଙ୍କୀ। ପାକ୍ ଗୁପ୍ତଚରୀ ସନ୍ଦେହରେ ନୋଏଡାରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ। ରେଡ୍ କରି କାବୁ କଲା ଉତ୍ତରପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହ ସମ୍ପର୍କରେ ଥିବା ସନ୍ଦେହ କରାଯାଉଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଗୁଳିଗୋଳା ଜବତ ହୋଇଛି।ପାକ୍ ଗ୍ୟାଙ୍ଗଷ୍ଟରଙ୍କ ନିର୍ଦ୍ଦେଶରେ ରାଜ୍ୟର ଅନେକ ହାଇ-ପ୍ରୋଫାଇଲ୍ ବ୍ୟକ୍ତିଙ୍କ ଟାର୍ଗେଟେଡ୍ କିଲିଂ ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଅଭିଯୋଗ ହୋଇଛି। ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭାଟି ଏବଂ ଆବିଦ ଜାଟଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଥିବା ଅଭିଯୋଗ ହୋଇଛି। ଏହି ଦୁଇଜଣ ଭାରତୀୟ ଯୁବକମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ କରି ଏକ ସ୍ଲିପର୍ ସେଲ୍ ପ୍ରତିଷ୍ଠା କରିଥିଲେ।
ରାଜ୍ୟର ଅନେକ ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ହତ୍ୟା ଯୋଜନା କରିଥିଲେ। ଅଭିଯୁକ୍ତମାନେ ଗତ କିଛି ମାସ ମଧ୍ୟରେ ଅନେକ ଲୋକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଟେଲିଫୋନ୍ ଧମକ ସମୟରେ ସେମାନେ କନଫରେନ୍ସ କଲରେ ପାକିସ୍ତାନୀ ସନ୍ଦିଗ୍ଦଙ୍କୁ ମଧ୍ୟ ଯୋଡିଥିଲେ। ଅପରେସନରେ ATS ଏକ ପିସ୍ତଲ, ପାଞ୍ଚଟି ଗୁଳି ଏବଂ ଗୋଟିଏ ଛୁରୀ ଜବତ କରିଛି। ଅଧିକ ତଦନ୍ତ ନେଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ।

  • Related Posts

    ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ମୋଦୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସୁସ୍ଥତା ଏବଂ…

    Continue reading
    ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ୍ କରାଯାଏ : ଟ୍ରମ୍ପ

    ନୂଆଦିଲ୍ଲୀ : ହ୍ୱାଇଟ୍ ହାଉସ୍‌ ରାତ୍ରୀଭୋଜନରେ ଗୁଳିମାଡ଼ ଘଟଣା ପରେ ଯେତେବେ​‌ଳେ ଟ୍ରମ୍ପଙ୍କୁ ପଚରାଯାଇଥିଲା ତାଙ୍କ ସହିତ ଏପରି ଘଟଣା ବାରମ୍ବାର କାହିଁକି ଘଟୁଛି ବୋଲି। ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟ୍ରମ୍ପ କହିଥିଲେ ଯେ ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର