ପାଣ୍ଡିଆନ ଭଲ ମ୍ୟାନେଜର, ନେତା ହିସାବରେ ଆମେ ତାଙ୍କୁ କେବେ ମାନିନାହୁଁ : ସମ୍ବିତ

ଭୁବନେଶ୍ବର: ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ରାଜଧାନୀ ଉପକଣ୍ଠ ଝୁମୁକା ଫାର୍ମ ହାଉସ୍‌ରେ ଦଳର ୫୦ରୁ ଅଧିକ ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ଥମୁନି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକୁ ଖାତିର ନକରି ୫୦ରୁ ଅଧିକ ନେତା ଏକାଠି ହୋଇଥିଲେ। ଶଙ୍ଖ ଭବନ ବାହାରେ ଏଭଳି ମେଳି କରିବାକୁ ନବୀନ କଟକଣା ଲଗାଇଥିବାବେଳେ ଏହାକୁ ବହୁ ପୂର୍ବତନ ବିଧାୟକ ଓ ପରାଜିତ ନେତା ମାନିନାହାନ୍ତି। ଏହି ମେଳି ଦଳର ପୂର୍ବତନ ନେତା ଭି.କେ. ପାଣ୍ଡିଆନଙ୍କ ବିରୋଧରେ ଶକ୍ତିପ୍ରଦର୍ଶନ ବୋଲି କୁହାଯାଉଛି।
ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ଅତୀତରେ ଭୋଜିଭାତ ଉପରେ କଟକଣା ରହିଥିଲା। ଏବେ ଦଳ ହାରିଗଲା ପରେ ଆଉ କଟକଣା ନାହିଁ। ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ। ରାଜନୀତି କଲେ ଚର୍ଚ୍ଚା ହେବ। ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା। ବହୁ ଦୂର ନେତାଙ୍କ ସହ ଦେଖା ହୋଇନଥିଲା। ସେଥିପାଇଁ ଭୋଜି ହୋଇଥିଲା, କିନ୍ତୁ ମେଳି କିଛି ନୁହେଁ। ଆଞ୍ଚଳିକ ଦଳ ଭାବେ ବିଜେଡି ସର୍ବବୃହତ ଦଳ। ଗୋଟିଏ ନେତା ନବୀନ। ନେତୃତ୍ବ ସଙ୍କଟ ଦଳରେ ନାହିଁ। ନୂତନ ଦଳ କାହିଁକି ଗଢ଼ାଯିବ। ବିଜେଡି ବିଜୁବାବୁଙ୍କ ଆଦର୍ଶରେ ଗଢ଼ା। ଦଳକୁ କେହି ହାଇଜାକ୍ କରିପାରିବେ ନାହିଁ। ଆମେ ସୈନିକ ଅଛୁ। ବିରୋଧୀ ଦଳ ଭାବେ ଆମେ ସରକାରର ଦୋଷ ତ୍ରୁଟି ଲୋକଲୋଚନକୁ ଆଣିବୁ। ନୂଆବର୍ଷରେ ନୂଆ ତରିକାରେ ଦଳ ଆହୁରି ସୁଦୃଢ଼ ହେବ। ଭି.କେ. ପାଣ୍ଡିଆନ ପ୍ରସଙ୍ଗରେ ସେ କହିଛନ୍ତି ଯେ, ତାଙ୍କ କଥା କାହିଁକି ଉଠୁଛି। ସରକାର ଥିବାବେଳେ ତାହା ଗୋଟିଏ ଫ୍ୟାକ୍ଟର ଥିଲା। ସେ ଜଣେ ଭଲ ମ୍ୟାନେଜର। ନେତା ହିସାବରେ ଆମେ ତାଙ୍କୁ କେବେ ମାନିନାହୁଁ। ନବୀନ ବାବୁଙ୍କର ଅନେକ ସେବା ସେ କରିଛନ୍ତି। ପୁଅ ଠାରୁ ଅଧିକ କରିଛନ୍ତି, କିନ୍ତୁ ନେତା ହେଉଛନ୍ତି ନବୀନ। ଏଥିସହ ସୁଜାତା ଆର. କାର୍ତ୍ତିକେୟନଙ୍କ ଦଳରେ ଯୋଗଦେବା ଚର୍ଚ୍ଚା ଗଣମାଧ୍ୟମ କହୁଛି। ଆମ ପାଖରେ ସେପରି କୌଣସି ସୂଚନା ନାହିଁ। ଅମାର ଥିଲେ ମୂଷା ରହିବ। ମୂଷା ଖାଇବାକୁ ସାପ ଆସିବ। ସବୁଦଳରେ ମୂଷା ଅଛନ୍ତି। ଏନେଇ ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ବର ଜିଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ମତାନ୍ତର-ମନାନ୍ତର ରହିବା ସ୍ବାଭାବିକ। ସମସ୍ତଙ୍କୁ ନେଇ ଦଳ ଚାଲିବ। ଭୋଜିଭାତ ହେବ। ସେଥିପାଇଁ କାହାକୁ ଡାକିବେ ନ ଡାକିବେ ସେମାନଙ୍କ ନିଷ୍ପତ୍ତି। ମେଳି କିଛି ନୁହେଁ। ଦଳ ଏକଜୁଟ ଅଛି। ବୃହତ ଆଞ୍ଚଳିକ ଦଳ ହିସାବରେ ବିଜେଡି ପ୍ରତିଷ୍ଠିତ। ଆସନ୍ତ‌ା ୨୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ହେବ। ବିଜେପି ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ, ଏବେ ଭୁଆଁ ବୁଲାଉଛନ୍ତି। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଯିବ। ବିଜେପି ଓ କଂଗ୍ରେସରେ ଯେଭଳି କନ୍ଦଳ ହୋଇଥିଲା, ସେଭଳି କନ୍ଦଳ ବିଜେଡିରେ ହେବ ନାହିଁ।

  • Related Posts

    ସର୍ଭେ ରିପୋର୍ଟ :ତାମିଲନାଡୁରେ ପୁଣି ଥରେ ବାଜି ମାରିବ ଡିଏମ୍‌କେ ମେଣ୍ଟ

    ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଆସିଥିବା ଦୁଇଟି ସର୍ଭେ ରିପୋର୍ଟ କହୁଛି ଯେ ପୁଣି ଥରେ ବାଜି ମାରିବ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ମେଣ୍ଟ। ଲୋକ୍ ପୋଲ୍‌…

    Continue reading
    ଆଜି ଆସାମ ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆସାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସାମର ଜୋରହାଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନାରି ଓ ମରିୟାନି ବିଧାନସଭା କ୍ଷେତ୍ରରେ ଦୁଇ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ରବିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ