ଭୁବନେଶ୍ବର,13/09: ନିଜ ଜମି ହୋଇ ବି ଜମି ମାଲିକମାନେ ଜରୁରୀକାଳୀନ ସ୍ଥିତିରେ ଆଂଶିକ ଜମି ବିକ୍ରିରୁ ବଞ୍ଚିତ ହେଉଛନ୍ତି। ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପାର୍ଟପ୍ଲଟ୍ ପଞ୍ଜୀକରଣକୁ ନେଇ ରାଜ୍ୟର ବିଭିନ୍ନ ସବ୍ରେଜିଷ୍ଟ୍ରାର ଅଫିସରେ ଅଚଳାବସ୍ଥା ଜାରି ରହିଛି। ଏ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପାର୍ଟପ୍ଲଟ୍ ବିକ୍ରିରେ ଜଟିଳ ନିୟମ ଓ ସବ୍ରେଜିଷ୍ଟ୍ରାର୍ଙ୍କ ମନମୁଖୀ କାର୍ଯ୍ୟକଳାପ କାରଣରୁ ପଞ୍ଜୀକରଣ ପ୍ରକ୍ରିୟା ପ୍ରଭାବିତ ହୋଇଛି। ଏ ବାବଦରେ ସରକାର ବର୍ଷକରେ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଲେଣି ବୋଲି ଓଡ଼ିଶା ବିକାଶ ଅଭିଯାନ ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। ମାସେ ଭିତରେ ପାର୍ଟପ୍ଲଟ୍ ପଞ୍ଜୀକରଣ ସମସ୍ୟା ଦୂର ନ ହେଲେ, ସଂଗଠନ ରାଜ୍ୟର ସବୁ ସବ୍ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଓଡ଼ିଶା ବିକାଶ ଅଭିଯାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି, ସମ୍ପତ୍ତିଗତ ଅଧିକାର ଏକ ସାମ୍ବିଧାନିକ ଅଧିକାର। ସରକାର ପାର୍ଟପ୍ଲଟ୍ କିଣାବିକାକୁ ବନ୍ଦ କରି ସାଧାରଣ ଲୋକଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି। ପାର୍ଟପ୍ଲଟ୍ କିଣାବିକା ନହେବା କାରଣରୁ ରିୟଲ୍ ଇଷ୍ଟେଟ୍ ସେକ୍ଟର୍ ଓ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ସେକ୍ଟର ବାଧାପ୍ରାପ୍ତ ହେଉଛି।
ଭଦ୍ରକରେ ପୁଣି ଫୁଲୁଛି ବୈତରଣୀ ଓ ସାଳନ୍ଦୀ
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ପୁଣି ଥରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳରେ ନଦୀ ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବହୁ ସ୍ଥାନରେ ରାସ୍ତା ଉପରେ…




