ପୁଡୁଚେରୀରେ ପୁଣି ଏଆଇଏନ୍ଆରସି ନେତୃତ୍ୱାଧୀନ ମେଣ୍ଟ

ପୁଡୁଚେରୀ: ୩୦ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏଆଇଏନ୍ଆରସି ମେଣ୍ଟ ପୁଣି ମାରିଛି ବାଜି। ଏଠାରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୬ ଥିବା ବେଳେ ଏହି ମେଣ୍ଟ ୧୮ଟି ଆସନ ଜିତିଛି। ଏଆଇଏନ୍ଆରସି ୧୨ଟି ଆସନ ଜିତିଥିବା ବେଳେ ଏହାର ସହଯୋଗୀ ବିଜେପି ୪ଟି, ଏଲଜେକେ ଗୋଟିଏ ଓ ଏଆଇଏଡିମକେ ଗୋଟିଏ ଆସନ ଜିତିଛନ୍ତି।
ଅନ୍ୟପକ୍ଷରେ ଡିଏମକେ ମେଣ୍ଟ ୬ ଟି ଆସନ ଜିତିଛି। ଡିଏମକେ ୫ଟି ଆସନ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ଆସନ ଜିତିଛି। ଏହି ସେଣ୍ଟରେ ଥିବା ସିପିଆଇ ଓ ଭିସିକେ ଗୋଟିଏ ବି ଆସନ ଜିତି ନାହାନ୍ତି।
ଅନ୍ୟପକ୍ଷରେ ଅନ୍ୟାନ ଦଳଗୁଡ଼ିକ ୬ଟି ଆସନରେ ବିଜୟୀ ହୋଇଛନ୍ତି। ୨୦୨୧ ନିର୍ବାଚନରେ ଏଆଇଏନ୍‌ଆରସି ୧୦ଟି ଓ ବିଜେପି ୫ଟି ଆସନ ଜିତିଥିଲଲେ। ସେମାନଙ୍କ ସହିତ ମେଣ୍ଟରେ ଜଣେ ସ୍ୱାଧୀନ ବିଧାୟକ ଥିଲେ। ସେହିପରି ଇଣ୍ଡିଆ ମେଣ୍ଟକୁ ୧୧ଟି ଆସନ ମିଳିଥିବା ବେଳେ ସେଥିରୁ ଡିଏମ୍‌କେ ୭ ଓ କଂଗ୍ରେସ ୪ ଆସନ ପାଇଥିଲେ। ସେମାନଙ୍କ ସହିତ ୩ ଜଣ ସ୍ୱାଧୀନ ବିଧାୟକ ରହିଥିଲେ।

  • Related Posts

    ସରକାର ଗଠନ ଅନୁମତି:ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜୟ ଥଲାପତି

    ଚେନ୍ନାଇ: ତାମିଲନାଡୁ ନିର୍ବାଚନରେ ଟିଭିକେ ଝଡ୍‌ । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥଲାପତି ରାଜନୀତିରେ ବ୍ଲକବାଷ୍ଟର ଡେବ୍ୟୁ କରିଛନ୍ତି । ଟିଭିକେ ପାର୍ଟି ମ୍ୟାଜିକ୍‌ ନମ୍ବର ପାଖାପାଖି ସିଟ୍‌ ହାତେଇଛି । ପୂର୍ଣ୍ଣ ବହୁମତ କୌଣସି ଦଳ ହାତେଇନଥିବା ବେଳେ…

    Continue reading
    କଂଗ୍ରେସକୁ ଏବେ ଗମ୍ଭୀରତାର ସହିତ ନିଜକୁ ମୂଲ୍ୟାଙ୍କନ କରିବା ଉଚିତ।: ଥରୁର

    ଥିରୁଅନନ୍ତପୁରମ: କଂଗ୍ରେସ ସାଂସଦ ଶଶି ଥରୁର ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ନିର୍ବାଚନରେ ​​କଂଗ୍ରେସ ଦଳର ପ୍ରଦର୍ଶନ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦଳକୁ ଏବେ ଗମ୍ଭୀରତାର ସହିତ ନିଜକୁ ମୂଲ୍ୟାଙ୍କନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ