ବେଙ୍ଗଲ ଭୟମୁକ୍ତ ଓ ବିକାଶର ଭରସାଯୁକ୍ତରେ ପରିଣତ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବେଙ୍ଗଲରେ ବିଜେପିର ଐତିହାସିକ ବିଜୟ ପରେ ବଡ଼ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ବିଜେପି ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପାରମ୍ପରିକ ବେଙ୍ଗଲ ପୋଷାକ ପରିଧାନ କରି ମୁଖ୍ୟାଳୟକୁ ଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି, “ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆତ୍ମାକୁ ଆଜି ଶାନ୍ତି ମିଳିଛି। ଦେଶ ପାଇଁ ଜୀଇଁବା ଓ ମରିବାକୁ ସେ ସନ୍ଦେଶ ଦେଇଥିଲେ।

ରାଷ୍ଚ୍ର ସର୍ବପ୍ରଥମ ନାରାକୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ପ୍ରାଥମିକତା ଦେଉଥିଲେ। ବେଙ୍ଗଲକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ଏଥିପାଇଁ ଦୀର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ବେଙ୍ଗଲରେ ଆଜିଠୁ ନୂଆ ଅଧ୍ୟାୟ ଯୋଡ଼ି ହେଲା। ଆଜିଠୁ ବେଙ୍ଗଲ ଭୟମୁକ୍ତ ଓ ବିକାଶର ଭରସାଯୁକ୍ତରେ ପରିଣତ ହେବ। ଆଜିର ଦିନ ଐତିହାସିକ। ବର୍ଷ ବର୍ଷର ପରିଶ୍ରମ ସଫଳ ହୋଇଛି। ପ୍ରତିଟି ବିଜେପି କର୍ମୀଙ୍କ ଖୁସିରେ ମୁଁ ସାମିଲ୍। ଆଜିର ଦିନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର ଉପରେ ଲୋକଙ୍କ ଭରସା ଦର୍ଶାଉଛି। ଆଜି କେବଳ ଗଣତନ୍ତ୍ରର ବିଜୟ ହୋଇନି, ବରଂ ସମ୍ବିଧାନ ବି ଜିତିଛି। ପଶ୍ଚିମବଙ୍ଗରେ ୯୩ ପ୍ରତିଶତ ମତଦାନ ଐତିହାସିକ। ଏଥିରେ ବି ମହିଳାଙ୍କ ଭାଗିଦାରୀ ଅଧିକ।

ବିହାର ରେଜଲ୍ଟ ବେଳେ କହିଥିଲି ଗଙ୍ଗା ଏବେ ବଙ୍ଗକୁ ପ୍ରବାହିତ ହେବ। ଗଙ୍ଗୋତ୍ରୀରୁ ଗଙ୍ଗାସାଗର ସବୁଠି ପଦ୍ମ ଫୁଟିଲା। ଗଙ୍ଗା ଉପକୂଳରେ ଥିବା ସବୁ ରାଜ୍ୟରେ ପଦ୍ମ ଫୁଟିଲା। ମା’ ଗଙ୍ଗାଙ୍କ ଆଶୀର୍ବାଦ ନିଶ୍ଚୟ ଆମ ଉପରେ ରହିଛି। ଗଙ୍ଗା ସହ ବ୍ରହ୍ମପୁତ୍ରଙ୍କ ଆଶୀର୍ବାଦ ବି ମିଳିଛି। ଆସାମରେ ବିଜେପିକୁ ତୃତୀୟ ଥର ସମର୍ଥନ ମିଳିଛି। ବେଙ୍ଗଲରେ ନୂଆ ସୂର୍ୟ୍ୟର ଉଦୟ ହୋଇଛି। ବେଙ୍ଗଲର ବିକାଶ ହେବ।

ମୁଁ ପ୍ରତିଟି ରାଜ୍ୟବାସୀଙ୍କୁ ଏହାର ଆଶ୍ୱସନା ଦେଉଛି। ମହିଳାଙ୍କୁ ସୁରକ୍ଷାର ମାହୋଲ ମିଳିବ। ଯୁବକଙ୍କୁ ରୋଜଗାର ମିଳିବ, ପଳାୟନ ରୋକିବାକୁ ପଦକ୍ଷେପ ନିଆଯିବ। ପ୍ରଥମ କ୍ୟାବିନେଟରେ ଆୟୁଷ୍ମାନ ଭାରତ ଲାଗୁ କରିବୁ। ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ। ବେଙ୍ଗଲରେ ଭୟମୁକ୍ତ ବାତାବରଣ ମିଳିବ ଏହା ମୋଦିର ଗ୍ୟାରେଣ୍ଟି। ଏଥର ପଶ୍ଚିମବଙ୍ଗରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି। ପ୍ରଥମ ଥର ବେଙ୍ଗଲରେ ଭୟ ନୁହେଁ, ଗଣତନ୍ତ୍ର ଜିତିଲା। ପରିବର୍ତ୍ତନର ଏକ ନୂଆ ଯୁଗରେ ପ୍ରବେଶ କରିଛି ପଶ୍ଚିମବଙ୍ଗ। ଏଥର ପ୍ରତିଶୋଧ ନୁହେଁ, ପରିବର୍ତ୍ତନର ନାରା ଶୁଭିବ। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ବିକାଶ ପାଇଁ କାମ କରିବା।”

ନିଜ ଅଭିଭାଷଣ ବେଳେ ଓଡ଼ିଶାର ସମୃଦ୍ଧ ଇତିହାସକୁ ମନେ ପକାଇ ପ୍ରଶଂସା କଲେ ମୋଦି। ସେ କହିଛନ୍ତି, “ଅତୀତରେ ଅଙ୍ଗ, ବଙ୍ଗ, କଳିଙ୍ଗ ୩ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଥିଲା। ପଶ୍ଚିମ ଏସିଆରେ କଳିଙ୍ଗ ସମୁଦ୍ର ପଥରେ ବାଣିଜ୍ୟ କରୁଥିଲା। ବିକଶିତ ଭାରତ ପାଇଁ ପୁଣି ଅଙ୍ଗ, ବଙ୍ଗ, କଳିଙ୍ଗ ମଜବୁତ ହେବା ଆବଶ୍ୟକ। ମୁଁ ଖୁସି ଅଙ୍ଗ, ବଙ୍ଗ ଓ କଳିଙ୍ଗରେ ବିଜେପି ସରକାର ଅଛି।”

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ମୋଦି। ସେ କହିଛନ୍ତି, “ନାରୀ ଶକ୍ତି ଏବେ ଦ୍ରୁତ ଗତିରେ ଆଗକୁ ବଢୁଛି। କିନ୍ତୁ ବିରୋଧୀ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ରୋକିଲେ। କଂଗ୍ରେସ ଓ ସହଯୋଗୀ ଦଳ ମା’ ଓ ଭଉଣୀଙ୍କୁ ଦଣ୍ଡ ଦେଇଛନ୍ତି। ଏହି ପାପକୁ ନାରୀମାନେ କେବେ ବି କ୍ଷମା କରିବେନି। ଲୋକମାନେ କଂଗ୍ରେସର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ବାମପନ୍ଥୀ ବିଚାରଧାରା ପୂରା ଦେଶ ପ୍ରତ୍ୟାଖ୍ୟାନ କରିଛି। କିନ୍ତୁ କଂଗ୍ରେସ ବାମପନ୍ଥୀ ବିଚାରଧାରା ଆପଣାଉଛି। କଂଗ୍ରେସର ରାଜନୀତି ଯୋଡ଼ିବା ନୁହେଁ, ଭାଙ୍ଗିବା। ସଂପୂର୍ଣ୍ଣ ବିପରୀତ ଦିଗରେ ଗତି କରୁଛି କଂଗ୍ରେସ। କଂଗ୍ରେସ ଦେଶର ସମ୍ବେଦନ ଓ ସଂସ୍କୃତିକୁ ବୁଝିପାରୁନି। ଦଶନ୍ଧି ଧରି କଂଗ୍ରେସର ଅଧୋପତନ ଜାରି ରହିଛି। ବିଜେପି ପାଇଁ ଭାରତ ଓ ଭାରତୀୟତା ସବୁ କିଛି।”

  • Related Posts

    ହାଇଜାକ୍ ଆଲର୍ଟ: ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

    ରାଜସ୍ଥାନ: ଜୟପୁର ବିମାନବନ୍ଦରରେ ବଡ଼ଧରଣର ବିମାନ ହାଇଜାକ୍ ଆଲର୍ଟ । ଯାହା ପରେ କିଛି ସମୟ ପାଇଁ ବିମାନରେ ଆତଙ୍କ ଖେଳିଯାଇଥିଲା । ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ (AI-2030)କୁ ଜୟପୁରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ…

    Continue reading
    ତିହାର ଜେଲ୍ ଗଲେ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା

    ତିହାର ଜେଲ୍ ଗଲେ କକ୍ରୋଚ ଜନତା ପାର୍ଟି (CJP) ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ଶାନ୍ତି ମୁଚାଲିକାର ଅବମାନନା ଓ ଧାର୍ଯ୍ୟ ବିକ୍ଷୋଭସ୍ଥଳ ମାନ୍ୟତାରୁ ବାଦ୍ ପଡ଼ିଥିବା ଯନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି