ପୁଣି ବଢ଼ିଲା ଅଣ୍ଡା ଦର, ବଜାରରେ ଗୋଟା ୯ଟଙ୍କା

ଭୁବନେଶ୍ୱର: ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟା ୯ଟଙ୍କା । କିଛିଦିନ ତଳେ ଗୋଟା ୭ଟଙ୍କା ଥିବା ବେଳେ ହଠାତ୍ ଦର ପୁଣି ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କା ଛୁଇଁଛି । ଗୋଟିଏ ପଟେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଅଣ୍ଡା ଦର ଶୁଣିବା ବେଳକୁ ମୁଣ୍ଡ ଗରମ ହୋଇଯାଉଛି । କେବଳ ଭୁବନେଶ୍ୱରରେ ନୁହେଁ କଟକରେ ମଧ୍ୟ ସମାନ ସ୍ଥିତି । ଗାଁରେ ଅଣ୍ଡା ଆଦୌ ମିଳୁନି । ବେପାରୀଙ୍କ କହିବା କଥା, ଫାର୍ମରେ ଅଣ୍ଡା ଅଭାବ ପଡ଼ିଛି। ସେଠାକୁ ଆବଶ୍ୟକ ପରିମାଣର ଅଣ୍ଡା ଆସୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ତଥାପି ଆସନ୍ତାମାସ ବେଳକୁ ଦର ଖସିଆସିବ ବୋଲି ଅନୁମାନ କରାଯାଇଛି ।

ଏବେ ଭୁବନେଶ୍ୱରକୁ ଦୈନିକ ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶରୁ ୧୦ ଗାଡ଼ି ଅଣ୍ଡା ଆସୁଛି । ପ୍ରତି ଗାଡ଼ିରେ ୩୦୦ କାର୍ଟୁନ ରହୁଛି । ଗୋଟିଏ କାର୍ଟୁନରେ ୨୧୦ଟି ଅଣ୍ଡା ଥାଏ । ସେଦୃଷ୍ଟିରୁ ମୋଟ ୬ ଲକ୍ଷ ୩୦ହଜାର ଅଣ୍ଡା ଭୁବନେଶ୍ୱରକୁ ଆସେ । ସେଥିରୁ ବିଭିନ୍ନ ବଜାର, ହାଟ, ହୋଟେଲ, ବିଭିନ୍ନ ଫୁଡ୍ ଷ୍ଟଲ ଦୋକାନକୁ ଯାଏ । ତେଣୁ ଅଣ୍ଡାର ଚାହିଦା ବଢ଼ିବାରେ ଲାଗିଛି । ଯେତିକି ଅଣ୍ଡା ଆସିବା କଥା, ସେତିକି ଆସୁନି ।

ଅପରପକ୍ଷେ, ପର୍ୟ୍ୟାପ୍ତ ଅଣ୍ଡା ମିଳିବାର କାରଣ ଶୀତଳଭଣ୍ଡାର ଅଭାବ ବୋଲି ବେପାରୀମାନେ କହିଛନ୍ତି । ଶୀତଦିନେ ଟିକେ ଚଳିଯିବ । ହେଲେ ଗରମ ପଡ଼ିଲେ, ଅଣ୍ଡା ବେଶୀଦିନ ରହିବନି ଦୀର୍ଘଦିନ ହେବ ଆମିଷ, ବିଶେଷକରି ଅଣ୍ଡାକୁ ଗଚ୍ଛିତ ରଖିବା ପାଇଁ ରାଜଧାନୀ ସମେତ କଟକ ଓ ରାଜ୍ୟର ବଡ଼ବଡ଼ ସହରରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଆମିଷ ବ୍ୟବସାୟୀ ସଂଘ ପକ୍ଷରୁ ଦାବି ହୋଇଆସୁଛି । ଶୀତଳଭଣ୍ଡା ରହିଲେ, ୩ମାସ ପର୍ୟ୍ୟନ୍ତ ଅଣ୍ଡା ଗଚ୍ଛିତ ହୋଇରହିବ । ହେଲେ ଶୀତଳଭଣ୍ଡାର ସ୍ଥାପନ ହୋଇପାରୁନି । ଫଳରେ ଅଣ୍ଡା ନଷ୍ଟ ହୋଇଯାଏ । ତେଣୁ ସରକାର ଶୀତଳଭଣ୍ଡାର ନିର୍ମାଣ କଲେ, ଅଧିକରୁ ଅଧିକ ଅଣ୍ଡା ଆସିପାରନ୍ତା

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ