ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ଥାନା ମେଲୁପଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ପୁତୁରାର ମାଡ଼ରେ ବୃଦ୍ଧ ବଡବାପାର ମୃତ୍ୟୁ ଘଟିଛି। ମୃତକ ଗୁନୀ କହଁର ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତକାଲି ମୃତ ଗୁନୀ କହଁର ଓ ତାଙ୍କ ପୁତୁରା ନରେଶ କହଁରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହି ସମୟରେ ନରେଶ କହଁର ଗୁନୀ କହଁରଙ୍କୁ ମାଡ଼ ମାରିଥିଲେ। ଫଳରେ ଗୁନୀ କହଁର ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ
ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…







