ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ତେବେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ସ୍ପଷ୍ଟ ହୋଇପାରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ବିଜୟ ମହାନ୍ତି ଭୁବନେଶ୍ୱରର ଏକ ଗେଷ୍ଟ ହାଉସ୍‌ରେ ଥିଲେ। କିନ୍ତୁ ସେଠାରେ ଅଚେତ ହୋଇଯାଇଥିଲେ। ଫଳରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

କ୍ୟାପିଟାଲ ହସ୍‌ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ବିଜୟ ମହାନ୍ତିଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ତେଣୁ ନିୟମ ଅନୁସାରେ ତାଙ୍କ ଶବର ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ। ଅନ୍ୟପକ୍ଷରେ ଯାହା ଜଣାପଡ଼ିଛି, କିଛି ଦିନ ହେବ ବିଜୟ ମହାନ୍ତି ହୃଦରୋଗରେ ପୀଡ଼ିତ ଥିଲେ।

  • Related Posts

    ମେ’ ପହିଲାରୁ ରବି ଧାନ କିଣା

    ଭୁବନେଶ୍ବର: ମେ’ ପହିଲାରୁ ଚାଷୀଙ୍କ ପାଖରୁ ରାଜ୍ୟ ସରକାର ରବି ଧାନ କିଣିବେ। ଧାନ କିଣା ପ୍ରକ୍ରିୟା ଜୁନ୍‌ ୩୦ ପର୍ୟ୍ୟନ୍ତ ଚାଲିବ। ଏନେଇ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗିର, ବୌଦ୍ଧ,…

    Continue reading
    ମେ ୧୫ରୁ ୨୧ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା

    ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ । ମେ ୧୫ରୁ ୨୧ତାରିଖ ଯାଏଁ ଚାଲିବ ପରୀକ୍ଷା ।ସକାଳ ୧୦ଟା ୩୦ ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର