ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ । ଏନସିପି ନେତା ରାମ ଅବତାର ଜଗି ହତ୍ୟା ମାମଲାରେ ସଜ୍ଜା ହୋଇଛି । ୨୦୦୩ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ଅବତାର ଜଗିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।ଗତ ଗୁରୁବାର ହାଇକୋର୍ଟ ପୂର୍ବତନ ବିଧାୟକ ଅମିତ ଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ରାମ ଅବତାର ଜଗ୍ଗିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସିବିଆଇ ଅନୁଯାୟୀ, ଏହି ମାମଲାଟି ୨୦୦୩ ମସିହାରେ ରାୟପୁରରେ ବ୍ୟବୟାୟୀ ତଥା ରାଜନେତା ରାମଅବତାର ଜଗ୍ଗିଙ୍କ ହତ୍ୟା ସହିତ ଜଡ଼ିତ । ଅମିତଙ୍କ ବାପା ଅଜିତ ଯୋଗୀ ସେତେବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୭ ମସିହାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ହତ୍ୟା ମାମଲାରେ ୨୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତଥାପି, କୋର୍ଟ ଅମିତ ଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସିବିଆଇ ଅମିତ ଯୋଗୀଙ୍କ ଦୋଷମୁକ୍ତକୁ ଛତିଶଗଡ଼ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଯାହା ବିଳମ୍ବ କାରଣରୁ ଆବେଦନକୁ ଖାରଜ କରିଥିଲେ । ଏହାପରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଯିଏକି ଗତ ନଭେମ୍ବରରେ ବିଳମ୍ବକୁ କ୍ଷମା ଦେଇଥିଲେ ଏବଂ ମାମଲାକୁ ପୁନର୍ବାର ହାଇକୋର୍ଟକୁ ପଠାଇଥିଲେ ।
ପରବର୍ତ୍ତୀ ସମୟରେ ହାଇକୋର୍ଟ ଏପ୍ରିଲ ୨ରେ ଅମିତ ଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଛତିଶଗଡ଼ ହାଇକୋର୍ଟ ଅମିତ ଯୋଗୀଙ୍କୁ ପୂର୍ବରୁ ଦୋଷମୁକ୍ତ କରିବା ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି । ଏହା ଜଗ୍ଗିଙ୍କ ପରିବାର ପାଇଁ ଏକ ବଡ଼ ବିଜୟ ସମାନ ହୋଇଛି ।

  • Related Posts

    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading
    ୪୫ ଦିନିଆ ଅସ୍ତ୍ରବିରତି ନେଇ ଇରାନ-ଆମେରିକା ମଧ୍ୟରେ ଆଲୋଚନା ଜାରି

    ୱାସିଂଟନ/ତେହେରାନ: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ସୋମବାର ଏକ ବିବୃତି ଜାରି କରି ଚେତାବନୀ ଦେଇଛି ଯେ, ଯଦି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ବେସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରନ୍ତି ତେବେ ଆମେ ଅଧିକ ଭୟଙ୍କର ଭାବେ ଜବାବ ଦେବୁ। ଏହି ଚେତାବନୀ ଏପରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ