ପେଟ୍ରୋଲ୍-ଡିଜେଲ୍ ପରେ ବଢିଲା ସିଏନ୍‌ଜି ଦର

ନୂଆଦିଲ୍ଲୀ; ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭୋଗୁଛି ଭାରତ । ଯୁଦ୍ଧ ଥମୁନି ଦର କିନ୍ତୁ ବଢି ବଢି ଚାଲିଛି । ନାକେଦମ କଲାଣି ମହଙ୍ଗାମାଡ଼ । ରାତି ପାହିଲେ ଦର ବୃଦ୍ଧି ଚିନ୍ତା । ସ୍ଥିର ଆୟରେ ପରିବାର ଚଳାଇବା ସାଧାରଣ ଜନତା ପାଇଁ ମସ୍କିଲ ହୋଇପଡିଛି । ମହଙ୍ଗା ଚୋଟରେ ଅଣ୍ଟା ସଳଖି ପାରୁନାହିଁ ଖାଉଟି । ଇନ୍ଧନ ଦର ଉପରମୁହାଁ । ଏହାସହିତ ସବୁକିଛି ମହଙ୍ଗା । ୧୧ ଦିନରେ ୪ ଥର ପଟ୍ରୋଲ୍-ଡିଜେଲ ଦର ବଢିବା ପରେ ପୁଣି ସିଏନଜି ଦର ବଢିଛି । ୧୫ ଦିନରେ ଚତୁର୍ଥ ଥର ୨ ଟଙ୍କା ବଢିଛି ସିଏନଜି । ପେଟ୍ରୋଲ ଏବଂ ଡିଜେଲ ସହିତ, CNG ଦର ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ନୂଆ ଦର ଦର ସହିତ ରାଜଧାନୀରେ ନୂତନ CNG ଦର ଏବେ ପ୍ରତି କିଲୋଗ୍ରାମ ପିଛା ୮୩.୦୯ ଟଙ୍କା ରହିଛି । ୨ ସପ୍ତାହରେ ୫ ଟଙ୍କା ମହଙ୍ଗା ହେଇଛି ଦର ।

ପୂର୍ବରୁ, ଦିଲ୍ଲୀରେ CNGର ମୂଲ୍ୟ ପ୍ରତି କିଲୋ ୮୧.୦୯ ଥିଲା । ୨ ଟଙ୍କା ବୃଦ୍ଧି ପରେ ଶ୍ରମିକ ବର୍ଗଠାରୁ ଆରମ୍ଭ କରି ବାଣିଜ୍ୟିକ ଯାନବାହାନ ଚାଳକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମାସିକ ବଜେଟକୁ ବାଧା ଦେଇଛି । ଗତ କିଛି ଦିନ ମଧ୍ୟରେ ମୂଲ୍ୟ ଗ୍ରାଫ୍ କେତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି ତାହା ସ୍ପଷ୍ଚ । ଗୋଟିଏ ମାସ ମଧ୍ୟରେ ୪ଥର ମୂଲ୍ୟ ସଂଶୋଧନ କରାଯାଇଛି । ପ୍ରତ୍ୟେକ ଥର ଜଣେ ଗ୍ରାହକ ନିଜ ଗାଡ଼ିର ଟାଙ୍କି ଭରିବାକୁ ପେଟ୍ରୋଲ ପମ୍ପକୁ ଯାଆନ୍ତି, ସେମାନଙ୍କୁ ଅଧିକ ବିଲ୍ ଦେବାକୁ ପଡ଼େ । ଏହି ନିରନ୍ତର ବୃଦ୍ଧି ମଧ୍ୟବିତ୍ତ ବର୍ଗଙ୍କୁ ଚିନ୍ତାରେ ପକାଇଛି । ଯେଉଁମାନେ ଦୈନନ୍ଦିନ ଇନ୍ଧନ ଖର୍ଚ୍ଚ ବଞ୍ଚାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ବଦଳରେ CNG ଯାନ ବ୍ୟବହାର କରିଥିଲେ।

କହି ରଖୁଛି କି ଗତକାଲି ପେଟ୍ରୋଲ-ଡିଜେଲ ଦର ବଢିଥିଲା । ୧୧ ଦିନରେ ୪ ଥର ଦରରେ ବୃଦ୍ଧି ହୋଇଥିଲା । ଲିଟର ପିଛା ଉଭୟ ଇନ୍ଧନ ଅଢେଇ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିଲା । ଏହି ଭଳି ପେଟ୍ରୋଲ-ଡିଜେଲ ପ୍ରାୟ ୮ ଟଙ୍କା ବଢିଗଲାଣି । ଏଭଳି ସ୍ଥିତିରେ ଆଗକୁ ପରିବହନ ଖର୍ଚ୍ଚ ସହ ଆହୁରି ମହଙ୍ଗା ମାଡ଼ରେ ଖାଉଟି ଏକପ୍ରକାର ଚେପା ହୋଇଯିବା ଥୟ । ଇନ୍ଧନ ଦର ବଢିବା ଦ୍ୱାରା ଟ୍ରକ୍ ଏବଂ ବସ୍ ଭଡ଼ା ବଢିବ । ଫଳରେ ଅନ୍ୟ ରାଜ୍ୟରୁ ଆସୁଥିବା ପନିପରିବା, ଫଳ ଏବଂ ରାସନ୍ ଆଦି ମହଙ୍ଗା ହୋଇଯିବ । ଲଗାତାର ଦର ବୃଦ୍ଧି ପଛରେ କାରଣ ଜାଣିବା ବି ଜରୁରୀ । ଗ୍ୟାସ୍ ବିତରଣ କମ୍ପାନୀ ଏହି ମୂଲ୍ୟ ବୃଦ୍ଧିର କାରଣ ଭାବରେ ବିଶ୍ୱସ୍ତରୀୟ କାରଣକୁ ଉଲ୍ଲେଖ କରିଛି । ଆନ୍ତର୍ଜାତୀୟ ଚାପ ସିଧାସଳଖ ଘରୋଇ ଖୁଚୁରା ମୂଲ୍ୟକୁ ପ୍ରଭାବିତ କରିଛି। ଏହି କାରଣରୁ କମ୍ପାନୀ ଏହାର ବର୍ଦ୍ଧିତ ଇନପୁଟ୍ ଖର୍ଚ୍ଚକୁ ପୂରଣ କରିବା ପାଇଁ ବାରମ୍ବାର ମୂଲ୍ୟ ସଂଶୋଧନ କରିବାକୁ ବାଧ୍ୟ ହେଉଛି ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ