ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି

ଭୁବନେଶ୍ବର: ପୁ୍‌ଣି ବଢ଼ିଲା ତୈଳ ଦର । ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୨ ଟଙ୍କ ୭୧ ପଇସା ବୃଦ୍ଧି ପାଇଛି । ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଚତୁର୍ଥ ଥର ବୃଦ୍ଧି ପାଇଛି । ବର୍ଦ୍ଧିତ ତୈଳଦର ଯୋଗୁଁ ନୂଆଦିଲ୍ଲୀରେ ପେଟ୍ରୋଲ ଦର ୧୦୨ ଟଙ୍କା ୧୨ ପଇସା ହୋଇଛି । ସେହିପରି ଡିଜେଲ ଦର ୯୫ ଟଙ୍କା ୨୦ ପଇସା ଛୁଇଁଛି ।
ନୂଆ ତୈଲ ଦର ଲାଗୁ ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୮.୭୯ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୦.୫୧ ଟଙ୍କା ହୋଇଛି ।ଦୀର୍ଘ ସମୟ ଧରି ତୈଳ ଦର ସ୍ଥିର ରହିଥିବାବେଳେ ମେ ୧୫ରୁ ପୁଣି ଥରେ ଦର ସଂଶୋଧନ ହୋଇଛି । ମେ ୧୫ରୁ ପେଟ୍ରୋଲ ଓ ଡିଜେଲ ଦରରେ ପାଖାପାଖି ୭ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ମେ’ ୧୫ ଠାରୁ ଏହା ତୃତୀୟ ଥର ପାଇଁ ବୃଦ୍ଧି ହୋଇଛି । ମେ’ ୧୫ ଲିଟର ପିଛା ମୂଲ୍ୟ ୩ ଟଙ୍କା ବୃଦ୍ଧି କରାଯାଇଥିଲା । ପରେ ମେ’ ୧୯ ତାରିଖରେ ୯୦ ପଇସା ବୃଦ୍ଧି କରାଯାଇଥିଲା । ଏହା ପରେ ମେ ୨୩ ତାରିଖରେ ପେଟ୍ରୋଲରେ ୮୭ ପଇସା ଏବଂ ଡିଜେଲ ଦରରେ ୯୧ ପଇସା ବୃଦ୍ଧି କରାଯାଇଥିଲା।
ଖୁଚୁରା ଇନ୍ଧନ ମୂଲ୍ୟରେ ଦୀର୍ଘ ସମୟ ଧରି ସ୍ଥିରତା ପରେ ଏବେ ଲଗାତାର ବୃଦ୍ଧି ଘଟିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି, ବିଶୋଧନ ମାର୍ଜିନକୁ କଡ଼ାକଡ଼ି କରିବା ଏବଂ ଟଙ୍କା ଦୁର୍ବଳ ହେବା ଫଳରେ ଆମଦାନୀ ଖର୍ଚ୍ଚ ତୀବ୍ର ଭାବରେ ବୃଦ୍ଧି ପାଇଛି।

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ

    ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ