ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି, ସଂରକ୍ଷିତ ରହିବ ୩୫ ପୌରାଧ୍ୟକ୍ଷ ପଦ

ଭୁବନେଶ୍ୱର: ରାଜ୍ୟରେ ନୂତନ ଭାବେ ଗଠିତ ୩୫ଟି ପୌରସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ବିଜ୍ଞପ୍ତି ପ୍ରକାଶ କରିଛି ।
ଚିଠା ତାଲିକା ଅନୁସାରେ, ୧୧ଟି ପୌରସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ଅନୁସୂଚିତ ଜାତି (ମହିଳା) ପାଇଁ ସଂରକ୍ଷିତ ରହିଛି । ସେହିଭଳି ୭ଟି ପଦ ଅନୁସୂଚିତ ଜାତି, ୭ଟି ପଦ ଅନୁସୂଚିତ ଜନଜାତି (ମହିଳା), ୪ଟି ପଦ ଅନୁସୂଚିତ ଜନଜାତି, ୪ଟି ପଦ ମହିଳା ଓ ଦୁଇଟି ପଦ ଅଣସଂରକ୍ଷିତ ବର୍ଗ ପାଇଁ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ରହିଛି । ବୌଦ୍ଧଗଡ଼, ଆସିକା, କବିସୂର୍ଯ୍ୟନଗର, ଭଞ୍ଜନଗର ଓ ପୌରପାଳିକାର ପୌରାଧ୍ୟକ୍ଷ ପଦକୁ ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ପ୍ରସ୍ତାବ ରହିଛି । ପୋଲସରା ପୌରପାଳିକା ଏବଂ ଓଡ଼ଗାଁ ଏନ୍ଏସି ପୌରାଧ୍ୟକ୍ଷ ବା ଅଧ୍ୟକ୍ଷ ପଦକୁ ଅଣସଂରକ୍ଷିତ କରିବାକୁ ପ୍ରସ୍ତାବ ରହିଛି । ଛତ୍ରପୁର ପୌରପାଳିକାକୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରଖିବାକୁ ଚିଠା ବିଜ୍ଞପ୍ତିରେ ପ୍ରସ୍ତାବ ରହିଛି ।
ସେହିଭଳି ଚିତ୍ରଡ଼ା, ବାଙ୍ଗିରିପୋଷି, କପ୍ତିପଦା, ବେତନଟୀ, ବାମରା, ରେଙ୍ଗାଳି ଓ ବୋରିଗୁମ୍ମା ଏନ୍ଏସି ଅଧ୍ୟକ୍ଷ ପଦକୁ ଅନୁସୂଚିତ ଜନଜାତି (ମହିଳା) ବର୍ଗରେ ସଂରକ୍ଷଣ ପାଇଁ ପ୍ରସ୍ତାବ ରହିଛି । ରାସଗୋବିନ୍ଦପୁର, ଗନ୍ଦିଆ, ଜୟପାଟଣା ଓ ଚଣ୍ଡିଖୋଲ ଏନ୍ଏସି ଅଧ୍ୟକ୍ଷ ପଦକୁ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ରହିଛି । ଏହି ଚିଠା ବିଜ୍ଞପ୍ତି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଲୋକେ ନିଜର ଆପତ୍ତି ବା ମତାମତ ଦେଇପାରିବେ । ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏହି ଆପତ୍ତି ଓ ମତାମତ ଦାଖଲ କରିହେବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆସିଥିବା ସମସ୍ତ ଅଭିଯୋଗ ଓ ମତାମତକୁ ସରକାର ବିଚାରକୁ ନେବେ । ଏସବୁର ବିଚାରବିମର୍ଶ ପରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ