ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ସମୟସୂଚୀ

ଭୁବନେଶ୍ୱର : ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ପାଇଁ ପରିବର୍ତ୍ତିତ ସମୟସୂଚୀ। ଆଜି ପରୀକ୍ଷାର୍ଥୀଙ୍କ ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବ। ମାର୍କ ଅନୁଯାୟୀ ପୂର୍ବରୁ ଦେଇଥିବା ଚଏସ୍‌ ଲକିଂ ଅଗଷ୍ଟ ୪ ତାରିଖ ସୁଦ୍ଧା ପରିବର୍ତ୍ତନ କରିପାରିବେ। ଏହାପରେ ୮ ତାରିଖରେ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୩ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବେ। ଏହାସହ ୧୧ରୁ ୧୩ ତାରିଖ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନକୁ ଯାଇ ନାମଲେଖାଇ ପାରିବେ। ୧୯ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।୨୨ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବାସହ ନାମଲେଖାଇ ପାରିବେ। ଏହାପରେ ୨୬ରେ ତୃତୀୟ ପର୍ୟ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧ ସୁଦ୍ଧା ଏହାର ନାମଲେଖା ସରିବ। ଚତୁର୍ଥ ପର୍ୟ୍ୟାୟ ବା ସ୍ପଟ୍‌ ନାମଲେଖା ପାଇଁ ସେପ୍ଟେମ୍ବର ୩ରୁ ୫ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏହାର ମେଧା ତାଲିକା ୮ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ୧୩ ତାରିଖ ମଧ୍ୟରେ ନାମଲେଖା ସରିବ। ସେପ୍ଟେମ୍ବର ୨ରୁ ବିଏଡ୍‌ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ପୂର୍ବରୁ ଜୁନ୍‌ ୨୫ ତାରିଖରେ ପ୍ରଥମ ରାଉଣ୍ଡ ମେଧାତାଲିକା ପ୍ରକାଶ ପାଇବା ସହ ଜୁଲାଇ ୨୨ତାରିଖ ସୁଦ୍ଧା ତୃତୀୟ ପର୍ୟ୍ୟାୟ ନାମଲେଖା ସାରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅସଙ୍ଗତି ହୋଇଥିବା ଅଭିଯୋଗ ହେବାରୁ ନାମଲେଖା ପ୍ରକ୍ରିୟାକୁ ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦାବି ପରେ ପ୍ରୋଭିଜିନାଲ୍‌ ଆନ୍‌ସାର୍‌ କି’ ପ୍ରକାଶ ପାଇଥିଲା। ଏହାପରେ ଗତ ୨୧ ତାରିଖରେ ଚୂଡ଼ାନ୍ତ ପରିବର୍ତ୍ତିତ ଆନ୍‌ସାର୍‌ କି’ ପ୍ରକାଶ ପାଇଥିବାବେଳେ ପ୍ରାୟ ୧୭ଟି ଉତ୍ତର ପରିବର୍ତ୍ତନ ହୋଇଛି। ଆସନ୍ତାକାଲି ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବାର ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉକ୍ରଣ୍ଠା ରହିଛି। ଜୁଲାଇ ୨୪ ତାରିଖରୁ ପାଠପଢ଼ା ଆରମ୍ଭ କରିବାକୁ ମୂଳ ବିଜ୍ଞପ୍ତିରେ ଧାର୍ୟ୍ୟ ହୋଇଥିବାବେଳେ ସାନି ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୨ରୁ ବିଏଡ୍‌ ପାଠପଢ଼ା ଆରମ୍ଭ ହେବ। ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ପାଇଁ ମାସାଧିକ କାଳ ପାଠପଢ଼ା ବାଧାପ୍ରାପ୍ତ ହୋଇଛି।

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ