
ଭୁବନେଶ୍ୱର: କ୍ଷମତାରୁ ବିଦା ହେବା ପରେ ବିଜେଡି ନିଜର ସାଂଗଠନିକ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛି। ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ‘ରାଜ୍ୟ ରିଟର୍ଣ୍ଣିଂ ଅଫିସର’ ଭାବେ ସୋମବାର ନିଯୁକ୍ତି ଦିଆଯାଇଛି। ସେ ତତ୍କାଳ କାର୍ୟ୍ୟାରମ୍ଭ କରିବେ।
ସୋମବାର ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ଏକ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ “ବିଜୁ ଜନତା ଦଳର ସମ୍ବିଧାନର ଧାରା-ଏକ୍ସଏକ୍ସ୩(୨)ର ପ୍ରାବଧାନ ଅନୁସାରେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ସାଂଗଠନିକ ନିର୍ବାଚନର ସୁପରିଚାଳନା ପାଇଁ ‘ରାଜ୍ୟ ରିଟର୍ଣ୍ଣିଂ ଅଫିସର’ ଭାବେ ତତ୍କାଳ ପ୍ରଭାବରୁ ନିଯୁକ୍ତି ଦିଆଯାଉଛି।”







