ଭୁବନେଶ୍ୱର: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ପ୍ରଥମ ମହିଳା ବାଟାଲିୟନକୁ ସରକାର ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ । ଶ୍ରୀ ଶାହ କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ସ୍ୱରୂପ ମୋଦି ସରକାର ସିଆଇଏସଏଫର ପ୍ରଥମ ମହିଳା ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁର କରିଛନ୍ତି । ବିମାନବନ୍ଦର ଓ ମେଟ୍ରୋ ରେଳ ଭଳି ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଏବଂ କମାଣ୍ଡୋ ଭାବେ ଭିଆଇପି ସୁରକ୍ଷା ଯୋଗାଇଦେବା ଦାୟିତ୍ୱ ମହିଳା ବାଟାଲିୟନ ବହନ କରିବ । ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଦେଶର ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଅଧିକ ମହିଳାଙ୍କ ଆକାଂକ୍ଷା ପୂରଣ କରିବ । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରେ ଦେଶ ସେବା କରିବାକୁ ଚାହୁଁଥିବା ମହିଳାମାନଙ୍କ ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଏକ ପସନ୍ଦ ହୋଇଛି । ବର୍ତ୍ତମାନ ସିଆଇଏସଏଫରେ ମହିଳାଙ୍କ ସଂଖ୍ୟା ୭ ପ୍ରତିଶତରୁ ଅଧିକ ରହିଛି । ମହିଳା ବାଟାଲିୟନ ଯୋଡ଼ିବା ଦ୍ୱାରା ସାରା ଦେଶରେ ଅଧିକ ଆଶାୟୀ ଯୁବତୀମାନେ ସିଆଇଏସଏଫରେ ଯୋଗ ଦେଇ ଦେଶର ସେବା କରିବାକୁ ଉତ୍ସାହିତ ହେବେ । ଏହା ସିଆଇଏସଏଫରେ ମହିଳାମାନଙ୍କୁ ଏକ ନୂଆ ପରିଚୟ ଦେବ ।
ବିଶ୍ୱ ଜଳବାୟୁ ଦିବସ ଅବସରରେ ରାଇକିଆରେ ସ୍ୱତନ୍ତ୍ର ପଲ୍ଲିସଭା
“ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନ ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଇକିଆ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଗୃହ ପରିସରରେ ଏକ ସ୍ୱତନ୍ତ୍ର ପଲ୍ଲିସଭା ଆୟୋଜିତ ହୋଇଥିଲା। ବଦଳୁଥିବା ଜଳବାୟୁ ପରିସ୍ଥିତି, ପରିବେଶ…


