ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ ରାହୁଲଙ୍କ କଟାକ୍ଷ:ଯାଦୁକରଙ୍କ ଟ୍ରିକ୍‌ ଆଉ ପୂର୍ବଭଳି କାମ କରୁନାହିଁ

ନୂଆଦିଲ୍ଲୀ: ଯାଦୁକରଙ୍କ ଟ୍ରିକ୍‌ (କୌଶଳ) ଆଉ ପୂର୍ବଭଳି କାମ କରୁନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଲୋକ ସଭାରେ ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ଉପରେ ବିତର୍କ ଜାରି ରହିଥିବାବେଳେ ରାହୁଲ ନିଜ ବକ୍ତବ୍ୟ ରଖି ଏପରି କହିଛନ୍ତି। ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହନ ଦେଉଛୁ ବୋଲି ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇ ବିରୋଧୀ ଦଳ ନେତା କହିଥିଲେ, ମ୍ୟାଜିସିଆନ୍‌ଙ୍କ ଯାଦୁ ଆଇ କାମ କରୁନାହିଁ। ସେ ନିଜ ଟ୍ରିକ୍‌ ଭୁଲିଗଲେଣି। ଯୋଗାଯୋଗ, ପ୍ରତିଶ୍ରୁତି ଓ ସ୍ଲୋଗାନକୁ ନେଇ ପୂର୍ବର ରଣନୀତି ପ୍ରଭାବ ହରାଇବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ। ରାହୁଲଙ୍କ ଏପରି ମନ୍ତବ୍ୟ ଗୃହରେ ଉପସ୍ଥିତ ବିରୋଧୀ ସଦସ୍ୟଙ୍କୁ ଆମୋଦିତ କରିଥିବାବେଳେ ଶାସକ ପକ୍ଷ ଆପତ୍ତି ଉଠାଇଥିଲେ। ସଂସଦରେ ଏହା ଝଡ଼ ସୃଷ୍ଟି କରିଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ରାହୁଲଙ୍କ ମନ୍ତବ୍ୟକୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ୍‌ ପଡ଼ିବ। ଏହା ଦେଶବାସୀଙ୍କ ପ୍ରତି ଅପମାନ। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ମଧ୍ୟ ରାହୁଲଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ।

  • Related Posts

    କେନ୍ଦ୍ର-ରାଜ୍ୟ ସମନ୍ୱୟରେ ଓଡ଼ିଶା କୃଷିରେ ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର, ୨୦ ଏପ୍ରିଲ ୨୦୨୬: ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ…

    Continue reading
    ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂର: ଇରାନ

    ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଶାନ୍ତି ଆଲୋଚନା ଖୁବ୍ ଶୀଘ୍ର ହେବାର ଆଶା କରାଯାଉଛି। ଇରାନ କହିଛି ଯେ ଆମେରିକା ସହିତ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଛି। କିନ୍ତୁ ଏକ ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ