ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି ହୋଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ୟ୍ୟନ୍ତ ଏକ ରୋଡ଼ ଶୋ’ କାର୍ୟ୍ୟକ୍ରମ ରହିଛି । ଭିଆଇପି/ଭିଭିଆଇପି ମାନଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଭୁବନେଶ୍ବର-କଟକ ପାଇଁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି ।
କଟକ ପଟୁ ଆସୁଥିବା ବସ୍‌ ରସୁଲଗଡ଼ ରେଳୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍ ରୋଡ୍‌ରେ ଆସି ବାଣୀବିହାର ଛକ, ଆଚାର୍ୟ୍ୟ ବିହାର ଛକରୁ ଡାହାଣ ପଟେ ଆପୋଲ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା ଦେଇ ଜନତା ମଇଦାନକୁ ଯିବ । ଖୋର୍ଦ୍ଧା ପଟୁ ଆସୁଥିବା ବସ୍‌ ଗୁଡିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍‌ର ସର୍ଭିସ୍ ରୋଡ୍‌ରେ ଆଚାର୍ୟ୍ୟ ବିହାର ଛକରୁ ବାମ ପଟେ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା, ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା, ରେଲଓ୍ବେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍‌ରେ ପାର୍କିଂ କରିପାରିବେ । ନନ୍ଦନକାନନ ପଟୁ ଆସୁଥିବା ବସ୍ ଗୁଡିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ରାସ୍ତାରେ ଏକ ଲାଇନ୍‌ରେ ପାର୍କିଂ କରିପାରିବେ । ପୁରୀ ପଟୁ ଆସୁଥିବା ବସ୍‌ କଳ୍ପନା ଛକ, ରାଜମହଲ ଛକ ବାମ ପଟେ ଶିଶୁଭବନ ଛକ ଡାହାଣ ପଟେ ଶିଶୁଭବନ ଛକ ଠାରୁ କ୍ୟାପିଟାଲ ହସ୍ପିଟାଲ ଛକ ପର୍ୟ୍ୟନ୍ତ ଏକ ଲାଇନ୍‌ରେ ପାର୍କିଂ କରିପାରିବେ । ଏହା ବ୍ୟତୀତ ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ପିତାପଲ୍ଲୀ ଛକଠାରୁ ଚନ୍ଦକା ରାସ୍ତା ଦେଇ କଟକ ଆଡକୁ ଯାଇପାରିବ । କଟକ ପଟୁ ଭାରୀଯାନ ବାଲିକୁଦା ଛକଠାରୁ ତ୍ରିଶୁଳିଆ ଛକ ଦେଇ ପିତାପଲ୍ଲୀ ଛକ ଆଡକୁ ଯାଇପାରିବ ।
ସେହିପରି ବିଜୁ ପଟ୍ଟନାୟକ ବିମାନବନ୍ଦର ଠାରୁ ଜନତା ମଇଦାନ ରାସ୍ତା ଭାୟା କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ ବାମ ପଟେ ରାଜଭବନ ଛକ ଡାହାଣ ପଟେ ପାଓ୍ବାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଏକ୍ସଆଇଏମବି ଛକ, ନାଲକୋ ଛକ ଏବଂ ଏହାର ସଂଯୋଗକାରୀ ରାସ୍ତାରେ ୨୦ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କିମ୍ବା କାର୍ୟ୍ୟକ୍ରମ ଶେଷ ହେବା ପର୍ୟ୍ୟନ୍ତ ବ୍ୟାପକ ଟ୍ରାଫିକ୍ ଭିଡ଼ ହେବାର ଅନୁମାନ କରାଯାଉଛି । ତେଣୁ ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ପାଇଁ ସାଧାରଣ ଜନତାଙ୍କୁ ପୋଲିସ ଅନୁରୋଧ କରିଛି ।

  • Related Posts

    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading
    ଗୁଳୁଗୁଳି; ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା

    ଭୁବନେଶ୍ୱର: ଦିନରେ ଗରମ, ରାତିରେ ଝଡବର୍ଷା। ରାଜ୍ୟରେ ଜାରି ରହିଛି ଖରା ତାତି ସାଙ୍ଗକୁ ଝଡ଼ବର୍ଷା ପ୍ରଭାବ। ଅପରାହ୍ଣରେ ବଦଳି ଯାଉଛି ପାଗ। ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଝଡ଼ବର୍ଷା ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ