
ଭୁବନେଶ୍ୱର: ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ଶନିବାର ବିଜେଡିକୁ ଟାର୍ଗେଟ କରି ବିଷ୍ଫୋରକ ବୟାନ ଦେଇଥିବାବେଳେ ବିଜେଡି ନେତା ଦେବୀ ମିଶ୍ର ଏହାର ଜବାବ ଦେଇଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ରହିଥାଏ । ବାବା ବିଜେଡିରେ ଥିବାବେଳେ ଦଣ୍ଡ ଧରି ଦଳର ଦଉଡ଼ିକୁ ସମ୍ଭାଳିଥିଲେ । ଯୁଆଡେ଼ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ । ବିଜେଡିରେ ଅସନ୍ତୋଷ କେଉଁଠି ବି ନାହଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଯେ ପ୍ରସନ୍ନ ପାଟ୍ଟଶାଣୀ କହିଥିଲେ ଯେ ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି । ପାଣ୍ଡିଆନଙ୍କ କଥାରେ ପଡ଼ି ନବୀନ ମିଛ କହୁଛନ୍ତି । ଦଳରେ କ’ଣ ଅଛି ଯେ ଦଳ ଗଢ଼ିବେ । ମୁଁ ପ୍ରଥମେ ପାଣ୍ଡିଆନଙ୍କୁ ବିରୋଧ କରିଥିଲି । ବିଜେଡିରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି । ମୋ ବିରୋଧରେ ପାଣ୍ଡିଆନ ବି ଷଡ଼ଯନ୍ତ୍ର କରିଥିଲେ । ଗଣତନ୍ତ୍ରରେ ନେତାଙ୍କୁ ତାଗିଦ କରିବାର ଅଧିକାର କାହାରି ନାହିଁ । ପାଣ୍ଡିଆନଙ୍କ ପାଇଁ ଦଳ ହାରିଛି । ସେକଥା ମୁଁ ବାରମ୍ବାର କହିବାକୁ ଚାହୁଁନି ।
ଏହାଛଡ଼ା ପ୍ରଭାତ ତ୍ରିପାଠୀଙ୍କ ବିଷୟରେ ନବୀନ ପଟ୍ଟନାୟକ କହିବା ଦୁର୍ଭାଗ୍ୟଜନକ । ମୁଁ ଚିଲିକାରୁ ଟିକେଟ ଚାହୁଁଥିଲି । କିନ୍ତୁ ବିଜେଡି ଶେଷ ସମୟରେ ମୋତେ ଟିକେଟ ଦେଲାନି । ବିଜେଡିରେ ନେତା ଏବେ ଅଣନିଃଶାସୀ ହୋଇଗଲେଣି । ପାଣ୍ଡିଆନଙ୍କ ପାଖରେ କ’ଣ ଅଛି । ନବୀନ କାହିଁକି ଡରୁଛନ୍ତି । ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା କହିବା ଏହାଠାରୁ ବଡ଼ ମିଛ ଆଉ କ’ଣ ହୋଇପାରେ ବୋଲି ଶ୍ରୀ ପାଟ୍ଟଶାଣୀ କହିଥିଲେ ।








